ରାଜା ଖାନଙ୍କୁ ଏସଟିଏଫ ଟିମର ପଚରାଉଚରା
ବରଗଡ : ବରଗଡରେ ଉତ୍ତରପ୍ରଦେଶର ଏସଟିଏଫ୍ ଟିମ୍ । ରାଜା ଖାନଙ୍କୁ ଏସଟିଏଫ ସ୍ୱତନ୍ତ୍ର ଟିମର ପଚରାଉଚରା । ସ୍ଥାନୀୟ ପୋଲିସ ସହୟତାରେ ଏସଟିଏଫର ପଚରାଉଚରା । ରାଜାର ଘର ଛତିଶଗଡ ମହାସମୁଦ ଜିଲ୍ଲାରେ । ବରଗଡ ସୋହେଲାରେ ରାଜାର ବ୍ୟବସାୟ ରହିଛି । ଫୋନ୍ ଟ୍ରାକିଂ ଆଧାରରେ ଜେରା କରାଯାଇଥିବା ସୂଚନା । ଏ ନେଇ ସୂଚନା ଦେଲେ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର । ଗୁଡ୍ଡୁ ମୁସଲିମ୍ ସହ ଲିଙ୍କ ଥିବା ସୂଚନା ମିଳିଛି । ଗ୍ୟାଙ୍ଗଷ୍ଟର ଅତିକର ସହଯୋଗୀ ଗୁଡ୍ଡୁ ମୁସଲିମ୍ ।
ଉତ୍ତରାଞ୍ଚଳ ଆଇଜି ଦୀପକ କୁମାରଙ୍କ ସୂଚନା ଅନୁଯାୟୀ, ଗତକାଲି ୟୁପି ଏସଟିଏଫର ଟିମ୍ ବରଗଡ଼ ଆସିଥିଲା।ଏହି ଟିମ୍ ରାଜା ଖାନ୍ ନାମକ ଜଣେ ବ୍ୟକ୍ତିକୁ ପଚରାଉଚରା କରିଛି। ରାଜାର ଘର ଛତିଶଗଡ଼ ମହାସମୁନ୍ଦ ଜିଲ୍ଲାରେ ଏବଂ ବରଗଡ଼ ଜିଲ୍ଲା ସୋହେଲାରେ ତାର ବ୍ୟବସାୟ ରହିଛି। ସ୍ଥାନୀୟ ପୁଲିସର ସହାୟତାରେ ତାକୁ ପଚରାଉଚରା ହୋଇଛି। ଟେଲିଫୋନ ଟ୍ରାକିଂ ଆଧାରରେ ଜେରା ହୋଇଛି। ରାଜାର ଗୁଡୁ ମୁସଲିମ ସହ ଲିଙ୍କ ଥିବା ଜଣାଯାଇଛି। ଏଣେ ଗୁଡ଼ୁ ମୁସ୍ଲିମର ଡ୍ରାଇଭରକୁ ଏସଟିଏଫ୍ ଟିମ୍ ଧରିଥିବା ଜଣାଯାଇଛି।
ଗୁଡ଼ୁ ମୁସ୍ଲିମ୍ ପୁରୀରେ ଥିବାନେଇ ଚର୍ଚ୍ଚା ହେଉଥିଲା। କର୍ଣ୍ଣାଟକରୁ ପୁରୀକୁ ଚାଲିଆସି ସେ ଏଠାରେ ଆତ୍ମଗୋପନ କରିଥିଲା। ଗୋଇନ୍ଦା ରିପୋର୍ଟ ଆଧାରରେ ଉତ୍ତରପ୍ରଦେଶ ଏସ୍ଟିଏଫ୍ ଟିମ୍ ପୁରୀରେ ଆସି ଚଢ଼ଉ କରିବା ପୂର୍ବରୁ ସେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଫଳରେ, ଏସ୍ଟିଏଫ୍ ଟିମ୍କୁ ଖାଲି ହାତରେ ଫେରିବାକୁ ପଡ଼ିଛି। ଏବେ ଏହିଭଳି ଘଟଣାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏସ୍ଟିଏଫ୍ ଟିମ୍ ପୁରୀ ପୁଲିସର କୌଣସି ସହାୟତା ନେଇନଥିବା ଏସ୍ପି ଡା. କେ. ବିଶାଳ ସିଂହ କହିଛନ୍ତି।
Powered by Froala Editor