ଓକିଲ ବେଶରେ ଯୁବତୀଙ୍କୁ ଗୁଳିମାଡ଼
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ସାମ୍ବାଦିକ ବେଶରେ ଗୁଳିମାଡ଼ ଘଟଣା ମନରୁ ନଯାଉଣୁ ଏବେ ଓକିଲ ବେଶରେ ଜଣେ ଯୁବତୀଙ୍କୁ ଗୁଳିମାଡ଼ କରାଯାଇଛି । ଘଟଣା ଘଟିଛି ନୂଆଦିଲ୍ଲୀରେ । ସବୁଠୁ ବଡ଼ କଥା ହେଲା ଯେ, କୋର୍ଟ ପରିସରରେ ହିଁ ଗୁଳିମାଡ଼ କରାଯାଇଛି । ଦିଲ୍ଲୀ ସାକେତ କୋର୍ଟ ପରିସରରେ ଯୁବତୀଙ୍କୁ ଗୁଳିମାଡ଼ ହୋଇଛି । ସେ ପୁଣି ପୁଲିସ ଉପସ୍ଥିତିରେ ହୋଇଛି । ଯୁବତୀଙ୍କୁ ମୋଟ ୪ ରାଉଣ୍ଡ ଗୁଳିମାଡ଼ ହୋଇଛି । ଏଥିରେ ସେ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ଏମସରେ ଭର୍ତ୍ତି କରାଯାଇଛି ।
Powered by Froala Editor