ପରୀକ୍ଷଣ ବେଳେ ଫାଟିଗଲା ଏଲନ ମସ୍କଙ୍କ ଶକ୍ତିଶାଳୀ ରକେଟ୍
ବିଶ୍ୱର ଏକନମ୍ବର ଧନୀ ଏଲନ ମସ୍କଙ୍କ ସ୍ପେସଏକ୍ସ ତିଆରି କରିଥିବା ରକେଟ ଷ୍ଟାରଶିପ ପରୀକ୍ଷଣ ବେଳେ ବିସ୍ଫୋରଣ ଯୋଗୁ ନଷ୍ଟ ହୋଇଯାଇଛି। ଗୁରୁବାର ହୋଇଥିବା ଏହାର ଉତକ୍ଷେପଣର କିଛି ମିନିଟ ପରେ ଏଥିରେ ବିସ୍ଫୋରଣ ହୋଇଥିଲା । ଏହା ବିଶ୍ୱର ସବୁଠାରୁ ବଡ଼ ଓ ଶକ୍ତିଶାଳୀ ରକେଟ୍ ଥିଲା।
ମସ୍କ ଏହି ଶକ୍ତିଶାଳୀ ଓ ବଡ଼ ରକେଟ ଦ୍ୱାରା ମହାକାଶଚାରୀଙ୍କୁ ଚନ୍ଦ୍ର ଓ ମଙ୍ଗଳକୁ ପଠାଇବାକୁ ଯୋଜନା କରିଥିଲେ। ହେଲେ ଏହା ସମ୍ଭବ ହୋଇପାରିନି। ତେବେ ପରବର୍ତ୍ତୀ ଷ୍ଟାରଶିପ କିଛି ମାସ ମଧ୍ୟରେ ପୁଣି ପରୀକ୍ଷଣ ହେବ ବୋଲି ମସ୍କ କହିଛନ୍ତି।
ଷ୍ଟାରସିପ୍ କ୍ୟାପସୁଲ୍ ତିନି ମିନିଟ୍ ର ପ୍ରଥମ ପର୍ଯ୍ୟାୟ ରକେଟ୍ ବୁଷ୍ଟରରୁ ଅଲଗା ହେବାର ଥିଲା, କିନ୍ତୁ ଅଲଗା ହୋଇନଥିଲା ଏବଂ ରକେଟ୍ ବିସ୍ଫୋରଣ ହୋଇଥିଲା।
ସୂଚନାଯୋଗ୍ୟ, ଦିନେ ମଣିଷ ଷ୍ଟାର୍ଟଅପ୍ ରକେଟ୍ ଜରିଆରେ ମଙ୍ଗଳ ଗ୍ରହକୁ ଯାତ୍ରା କରିବ ବୋଲି ବିଶ୍ୱାସ କରାଯାଉଥିଲା। ତେବେ ଉତକ୍ଷେପଣ ସମୟରେ ଷ୍ଟାରସିପ୍ ବିସ୍ଫୋରଣ ହେବାର ୫୦ ପ୍ରତିଶତ ସମ୍ଭାବନା ରହିଛି ବୋଲି ଏଲନ୍ ମସ୍କ ପୂର୍ବରୁ ହିଁ ଆଶଙ୍କା ପ୍ରକାଶ କରିଥିଲେ।
Powered by Froala Editor