ଓଏଏସ୍ ସ୍ତରରେ ଅଦଳ ବଦଳ
ଭୁବନେଶ୍ବର : ବିଭିନ୍ନ କାରଣରୁ ବିବାଦୀୟ ହୋଇପଡ଼ିଥିବା କୋଇଡ଼ା ବିଡିଓ ପଲ୍ଲବୀରାଣୀ ରାଜ୍ଙ୍କର ଶେଷରେ ବଦଳି ହୋଇଛି। ତାଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ନିଆଯାଇଛି। ପରବର୍ତ୍ତୀ ସମୟରେ ତାଙ୍କୁ ସମ୍ବଲପୁର ଆରଡିସିଙ୍କ କାର୍ୟ୍ୟାଳୟରେ ଯୋଗ ଦେବାକୁ ଆଦେଶ ହୋଇଛି। ଏ ନେଇ ଆଜି ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସେହିଭଳି ଭୁବନେଶ୍ବର ତହସିଲଦାର ଥିବା ପ୍ରଦୀପ କୁମାର ସାହୁଙ୍କର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ବଦଳି ହୋଇଥିବା ବେଳେ ଭୁବନେଶ୍ବର ତହସିଲଦାର ଭାବରେ ମାନସ ରଞ୍ଜନ ସ୍ବାଇଁଙ୍କୁ ନିଯୁକ୍ତି ମିଳିଛି। ଖପ୍ରାଖୋଲ ବିଡିଓ ଭାବରେ ଅଭିଳାଷ ପୁରୋହିତଙ୍କର ବଦଳି ହୋଇଥିବା ବେଳେ ଅନିଲ କୁମାର କୁଲ୍ଲୁ ତରଭା ବିଡିଓ, କ୍ଷୀରୋଦ ଦାସ ଯାଜପୁର ଡେପୁଟି କଲେକ୍ଟର, ସମୀର ବେହେରା ପଟ୍ଟାମୁଣ୍ଡାଇ ତହସିଲଦାର, ଦିଲୀପ କୁମାର ପ୍ରଧାନ ବାମରା ତହସିଲଦାର, ମୁକୁଟମଣୀ ଜେସ୍ ଓ ଜୋବିତା ତିର୍କି ଜଳସମ୍ପଦ ବିଭାଗ, ଉତ୍ତମ କୁମାର ଜେନା ଖଇରା ବିଡିଓ, ପର୍ଶୁରାମ ପଣ୍ଡାଙ୍କର ସୁବର୍ଣ୍ଣରେଖା ଇରିଗେସନ ପ୍ରକଳ୍ପକୁ ବଦଳି ହୋଇଛି।
Powered by Froala Editor