ଆଜିଠୁ ସମ୍ବଲପୁରରେ ୨୨ ତାରିଖ ଯାଏଁ ବନ୍ଦ ରହିବ ଇଣ୍ଟରନେଟ୍ ସେବା
ସମ୍ବଲପୁର : ସମ୍ବଲପୁରରେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ମୋବାଇଲ ନେଟୱାର୍କ ଆଜିଠୁ ୨୨ ତାରିଖ ଦିନ ୧୦ଟା ଯାଏଁ ବନ୍ଦ ରହିବ । ତେବେ ଜିଲ୍ଲାରେ ଦିନ ୧୦ଟାରୁ ସଂଧ୍ୟା ୫ଟା ଯାଏଁ ବ୍ରଣ୍ଡ ବ୍ୟାଣ୍ଡ ସେବା ଏବଂ ଲିଜ୍ ଲାଇନ୍ କାମ କରିବ।
ସେପଟେ ସମ୍ବଲପୁରରେ ଫେରୁଛି ଶାନ୍ତି । ସହରରେ ଜୀବନଯାତ୍ରା ସ୍ବାଭାବିକ ହେଉଛି । ନିଜର କାର୍ୟ୍ୟକ୍ଷେତ୍ରକୁ ଫେରୁଛନ୍ତି ଲୋକେ । ସମାନ୍ୟ ଗହଳ ଚହଳ ହେଉଛି ସମ୍ବଲପୁର ସହର । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ କର୍ଫ୍ୟୁ କୋହଳ ଘୋଷଣା ପରେ ସ୍ବାଭାବିକ ଅବସ୍ଥାକୁ ଫେରୁଛି ସମ୍ବଲପୁର ।
ବର୍ତ୍ତମାନ ସୁଦ୍ଧା ୪୬ ପ୍ଲାଟୁନ ପୋଲିସ ଫୋର୍ସ ସହରରେ ମୁତୟନ କରାଯାଇଛି । ସ୍ଥିତି ଉପରେ ପୋଲିସ ପ୍ରଶାସନ ନଜର ରଖିଛି ।
Powered by Froala Editor