ଟିନାଙ୍କ ସହ ବେକ୍ଅପ୍
ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ପରେ ର୍ୟାପର ହନି ସିଂହ ଅଭିନେତ୍ରି ଟିନା ଥଡାନୀଙ୍କୁ ଡେଟ୍ କରୁଥିଲେ । ହେଲେ ଏବେ ସେ ଘୋଷଣା କରିଛନ୍ତି ଯେ, ତାଙ୍କ ସହ ଆଉ କୌଣସି ସମ୍ପର୍କ ନାହିଁ । ୟୋ ୟୋ ହନି ସିଂହ ପତ୍ନୀ ଶାଲିନୀ ତଲବାରଙ୍କୁ ଛାଡ଼ପତ୍ର ଦେବା ପରେ ଟିନାଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ। ଗତବର୍ଷ ଡିସେମ୍ବରରେ ସେ ଷ୍ଟେଜ୍ ସୋ’ରେ ଟିନାଙ୍କୁ ନିଜ ପ୍ରେମିକା ବୋଲି କହିବା ସହ ତାଙ୍କ ସହ ଆଗକୁ ବଢ଼ିବାକୁ ଚାହୁଁଥିବା କହିଥିଲେ। ହେଲେ ଏବେ ଖବର ମିଳୁଛି ଯେ, ଦୁହେଁ ପରସ୍ପରଠାରୁ ଅଲଗା ହୋଇଛନ୍ତି।
ଦୁବାଇରେ ବନ୍ଧୁମାନଙ୍କ ଜରିଆରେ ପ୍ରଥମ ଥର ଟିନାଙ୍କ ସଂସ୍ପର୍ଶରେ ଆସିଥିଲେ ହନି। ଉଭୟ ନିଜ ନିଜ ବନ୍ଧୁମାନଙ୍କ ସହିତ ଆସିଥିବାରୁ ସେତେବେଳେ ସେମାନେ ଅଧିକ କଥା ହେବାର ସୁଯୋଗ ପାଇନଥିଲେ। ଦୁବାଇରେ ଦେଖାହେବା ପୂର୍ବରୁ ସେମାନେ କେବଳ ଫୋନ୍ରେ କଥା ହୋଇଥିଲେ। ଟିନାଙ୍କ ଉପସ୍ଥିତି ହନି ସିଂହଙ୍କ ମନରେ ଭିନ୍ନ ଅନୁଭବ ସୃଷ୍ଟି କରିଥିଲା। ଏହା ପରେ ଆରମ୍ଭ ହୋଇଥିଲା ପ୍ରେମ । ସେ ‘ପ୍ୟାରିସ୍ କା ଟ୍ରିପ୍’ ଗୀତରେ ଟିନାଙ୍କ ସହିତ କାମ କରିଥିଲେ। ଶେଷରେ ଟିନା ତାଙ୍କ ପ୍ରସ୍ତାବକୁ ସ୍ବୀକାର କରିଥିଲେ। ଗତବର୍ଷ ଡିସେମ୍ବର ମାସ ୮ ତାରିଖରେ ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ହନି, ଟିନାଙ୍କୁ ପ୍ରେମିକା ବୋଲି ଘୋଷଣା କରିଥିଲେ। କାର୍ଯ୍ୟକ୍ରମରେ ସେ କହିଥିଲେ ଯେ ଟିନା ଥଡ଼ାନୀ ହେଉଛନ୍ତି ତାଙ୍କର ନୂଆ ବାନ୍ଧବୀ। ହେଲେ ଏବେ ବ୍ରେକ୍ଅପ୍ କରିଛନ୍ତି ବୋଲି ଶୁଣିବାକୁ ମିଳୁଛି । ହେଲେ ଏହାର ପ୍ରକୃତ କାରଣ କଣ ଜଣାପଡିନାହିଁ ।
Powered by Froala Editor