ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି, ସବୁଠି ଆକାଶରୁ ବର୍ଷୁଛି ନିଆଁ
ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଟାଣ ଖରାରେ ଟକମକ ହୋଇ ଫୁଟୁଛି ସାରା ରାଜ୍ୟ। ସତେ ଯେମିତି ତତଲା ତାୱାରେ ଜଳୁଛି ସମଗ୍ର ଓଡ଼ିଶା। ତତଲା ଝାଞ୍ଜି ଅସ୍ତବ୍ୟସ୍ତ କରିପକାଉଛି। ଏଭଳି ସ୍ଥିତି ରାଜ୍ୟର ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ, ପଶ୍ଚିମରୁ ଉପକୂଳ ଏବଂ ଦକ୍ଷିଣରୁ ଉତ୍ତର ସବୁଠି ଆକାଶରୁ ନିଆଁ ବର୍ଷୁଛି। ରୌଦ୍ରତାପ ପ୍ରଭାବରୁ ବର୍ତ୍ତି ନାହାନ୍ତି ପଶୁପକ୍ଷୀ। ଖୋଲା ଆକାଶ ତଳେ ଚରାବୁଲା କରୁଥିବା ପଶୁପକ୍ଷୀ ଅଶୁଂଘାତରେ ଶିକାର ହେଉଛନ୍ତି। ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିବା ଯୋଗୁଁ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଦାଉ ସାଜୁଛି।
ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ରାଜ୍ୟ ଉପରେ ଗୁରୁଚାପ ବଳୟ ସକ୍ରିୟ ରହିଛି। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ଶୁଷ୍କବାୟୁ ପ୍ରବାହ କହୁଛି। ବଙ୍ଗୋପସାଗର ମଧ୍ୟରୁ ରାଜ୍ୟକୁ ପ୍ରବେଶ କରୁଥିବା ଉଷ୍ଣବାୟୁ ବାୟୁ ମଣ୍ଡଳରେ ଊର୍ଦ୍ଧ୍ବଗାମୀ ହୋଇପାରୁ ନାହିଁ। ତେଣୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ୨୦ ତାରିଖ ପର୍ୟ୍ୟନ୍ତ ଏଭଳି ସ୍ଥିତି ଲାଗି ରହିପାରେ।
Powered by Froala Editor