'ମାଉଣ୍ଟ ଅନ୍ନପୂର୍ଣ୍ଣା'ରେ ଖୁସି ଓ ଦୁଃଖଦ ଖବର : ବଲଜିତଙ୍କ ପତ୍ତା ମିଳିଲା, ଅନୁରାଗ ମୃତ
ନେପାଳର 'ମାଉଣ୍ଟ ଅନ୍ନପୂର୍ଣ୍ଣା'ର ଶିଖରରୁ ଓହ୍ଲାଉଥିବା ବେଳେ' ଚତୁର୍ଥ କ୍ୟାମ୍ପ 'ନିକଟରେ ନିଖୋଜ ହେବାର ଦିନକ ପରେ ପର୍ବତାରୋହୀ ବଲଜିତ କୌର (୨୭)ଙ୍କୁ ମଙ୍ଗଳବାର ଜୀବନ୍ତ ଠାବ କରାଯାଇଛି । ବଲଜିତ ସୋମବାର ଅମ୍ଳଜାନ ବିନା ବିଶ୍ୱର ଦଶମ ସର୍ବୋଚ୍ଚ ପର୍ବତ ଶୃଙ୍ଗରେ ପାଦ ରଖିଥିଲେ ମଧ୍ୟ ନିଖୋଜ ହୋଇଯାଇଥିଲେ।
ଏକ ରିପୋର୍ଟ ଅନୁଯାୟୀ, କୌର ଶିଖର ବିନ୍ଦୁ ତଳେ ଫସି ଯାଇଥିଲେ ଓ ଆଜି ସକାଳ ଯାଏଁ ରେଡିଓ ଯୋଗାଯୋଗରୁ ବାହାରେ ରହିଥିଲେ। ମଙ୍ଗଳବାର ସକାଳେ ଏକ ବିମାନ ଦ୍ବାରା ସର୍ଚ୍ଚ ଅପରେସନ୍ ସିଏଏସ୍ଓ ପରେ ସେ 'ଜରୁରୀ ସହାୟତା' ପାଇଁ ରେଡିଓ ସଙ୍କେତ ପଠାଇବାରେ ସଫଳ ହୋଇଥିଲେ।
ଅନ୍ୟପକ୍ଷରେ ଅନ୍ନପୂର୍ଣ୍ଣା ପର୍ବତରୁ ସୋମବାର ନିଖୋଜ ହୋଇଯାଇଥିବା ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୁ ମୃତ୍ୟୁବରଣ କରିଛନ୍ତି । ମଙ୍ଗଳବାରଦିନ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ରାଜସ୍ଥାନର କିଶନଗଡ଼ର ବାସିନ୍ଦା ଅନୁରାଗ ସୋମବାର ଅନ୍ନପୂର୍ଣ୍ଣା ପର୍ବତର ତୃତୀୟ ଶିବିରରୁ ଓହ୍ଲାଇବା ବେଳେ ନିଖୋଜ ହୋଇଯାଇଥିଲେ। ନେପାଳର ଖବରକାଗଜ ‘ଦି ହିମାଳୟ ଟାଇମ୍ସ’ ରିପୋର୍ଟ କରିଛି ଯେ ସୋମବାର ଚତୁର୍ଥ ଶିବିରରୁ ତଳକୁ ଓହ୍ଲାଇବା ସମୟରେ ୬୦୦୦ ମିଟର ଉଚ୍ଚତାରୁ ବରଫ ଫାଟରେ ପଡ଼ି ମାଲୁଙ୍କ ମୃତ୍ୟୁ ଘଟିଛି ।
Powered by Froala Editor