ପରୀକ୍ଷା ଦେଉଥିଲେ, ଛାତ୍ରଙ୍କ ଉପରେ ଖସିଲା ଫ୍ୟାନ୍
କଟକ :କଟକ ଜିଲ୍ଲା ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ପରୀକ୍ଷା ଦେବାବେଳେ ୨ଛାତ୍ରଙ୍କ ଉପରେ ଖସିପଡ଼ିଲା ଫ୍ୟାନ୍। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ଛାତ୍ର ଯୁକ୍ତ ଦୁଇରେ ପଢୁଛନ୍ତି। ଜଣେ ଛାତ୍ରଙ୍କର ବେକରେ ଆଘାତ ଲାଗିଥିବା ବେଳେ ଅନ୍ୟ ଜଣଙ୍କର କାନ୍ଧରେ ଆଘାତ ଲାଗିଛି।
ପରୀକ୍ଷା ଚାଲିଥିବା ବେଳେ ହଠାତ୍ ଫ୍ୟାନ୍ଟି ୨ଜଣ ଛାତ୍ରଙ୍କ ଉପରେ ଖସି ପଡ଼ିଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହେଲେ ଏହି ଦୁର୍ଘଟଣାରେ ଅନ୍ୟ ଛାତ୍ରଙ୍କର କିଛି ହୋଇନାହିଁ।
Powered by Froala Editor