ଆବାସ ଆବଣ୍ଟନ ନେଇ ଆସିଲା ଏହି ଖବର, ଜାଣନ୍ତୁ କ’ଣ ?
ଭୁବନେଶ୍ୱର: ରାଜ୍ୟରେ ଆବାସ ବଣ୍ଟନରେ ଅନିୟମିତତା ହୋଇଆସୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ପ୍ରକୃତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆନଯାଇ ଦଳୀୟ ଲୋକଙ୍କୁ ଦିଆଯାଉଥିବା ଅଭିଯୋଗ ହୋଇଆସୁଛି । ତେବେ ଏବେ ଏହାକୁ ନେଇ ଯାଞ୍ଚ କରାଯିବ । ଓଡ଼ିଶା ଗସ୍ତରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂହ । ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ପ୍ରକ୍ରିୟାକୁ ନେଇ ଆପତି ଉଠାଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆବାସ ପାଇବାରୁ ଏବେବି ବଞ୍ଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ । ଓଡ଼ିଶା ସରକାରଙ୍କ ପ୍ରତିଶ୍ରୁତି ପରେ ବି ଅନେକ ଯୋଗ୍ୟ ବ୍ୟକ୍ତି ଆବାସ ପାଉନଥିବା ଅଭିଯୋଗ ଆସୁଛି । ଏସବୁ ଯାଞ୍ଚ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସବୁ ନିୟମରୁ ଊଦ୍ଧ୍ୱର୍କୁ ଯାଇ ଓଡ଼ିଶାକୁ ୩୮ ଲକ୍ଷ ଘର ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି ।
Powered by Froala Editor