ବଢୁଛି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୨୫୮ ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ପୁଣି ବଢୁଛି କରୋନା ସଂକ୍ରମଣ । କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଗତ ୨୪ ଘଣ୍ଟାରେ ନୂଆ ୨୫୮ ପଜିଟିଭ ଚିହ୍ନଟ ହୋଇଛି । କରୋନାରେ ଆକ୍ରାନ୍ତ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । କଟକ ଏସସିବି କୋଭିଡ ହସ୍ପିଟାଲରେ ଜଣେ ୮୦ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ବୃଦ୍ଧ ଜଣକ କରୋନା ପଜିଟିଭ ଚିହ୍ନଟ ହେବା ପରେ ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ କଟକ ଏସସିବିକୁ ରେଫର କରାଯାଇଥିଲା । ହେଲେ ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିଭଳି ଏବେ ସୁଦ୍ଧା ରାଜ୍ୟରେ ୧ ହଜାର୧୮୬ ଆକ୍ଟିଭ କେସ ରହିଛି । କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୭୩ ଜଣ ସୁସ୍ଥ ହୋଇଥିବା ଜଣାପଡିଛି ।
Powered by Froala Editor