ତତଲା ତାୱା ପାଲଟିଛି ସାରା ଓଡ଼ିଶା: ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜି ବି ତାତିରୁ ତ୍ରାହି ନାହିଁ । ପାରଦ ଆଉ ୧ଡିଗ୍ରୀ ବଢିବ । ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ପ୍ରଚଣ୍ଡ ଖରା ଯୋଗୁଁ ତତଲା ତାୱା ପାଲଟିଛି ସାରା ଓଡ଼ିଶା । ପାରଦ ଦିନକୁ ଦିନ ଉପରମୁହାଁ ହେବାରେ ଲାଗିଛି ।
ଗୁରୁବାର ଦିନ ରାଜ୍ୟର ୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ ହୋଇଥିବା ବେଳେ ୮ ସହରର ପାରଦ ୪୨ ଡିଗ୍ରି ପାର୍ କରିଛି। ୪୩.୫ ଡିଗ୍ରି ତାପମାତ୍ରା ସହ ବାରିପଦା ରାଜ୍ୟର ଉତ୍ତପ୍ତ ସହର ପାଲିଟିଛି । ପଣା ସଂକ୍ରାନ୍ତିରେ ରାଜ୍ୟର ତାପମାତ୍ରା ଆହୁରି ୧ ଡିଗ୍ରୀ ବୃଦ୍ଧିପାଇବ। ଆସନ୍ତା ୨ ଦିନ ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଆଦି ୮ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ୨ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ଡିଗ୍ରୀ ଯାଏଁ ବଢିବା ସମ୍ଭାବନା ରହିଛି । ଆଜି ପଶ୍ଚିମ ଓଡିଶା ୪୫ ଡିଗ୍ରୀ ଛୁଇଁବା ନେଇ ମଧ୍ୟ ପୂର୍ବାନୁମାନ କରାଯାଉଛି ।
Powered by Froala Editor