୨୯ରେ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର : ଆସନ୍ତା ୨୯ ତାରିଖକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିକୁ ଦୁଇ ବର୍ଷ ପୁରିବାକୁ ଯାଉଛି । ସେହିଦିନ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ବସିବ । ମିଳିଥିବା ସୂଚନା ଅନୁଯାୟୀ, ସରକାରଙ୍କ ଆଭିମୁଖ୍ୟ ଓ ୨୦୧୯ ନିର୍ବାଚନରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେ ପାଳନ ହୋଇଛି ସେ ନେଇ ସମୀକ୍ଷା କରାଯିବା ସହ ଓଡ଼ିଶାବାସୀଙ୍କୁ ବିଜୁ ଜନତା ଦଳ ଆଉ କେତେ ସୁପ୍ରଶାସନ ଦେଇପାରିବ, ସେ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀଗଣମାନଙ୍କୁ ପରାମର୍ଶ ଦେବେ । ତେବେ ୨୯ ତାରିଖରେ ବୈଠକ କେତେବେଳେ ବସିବ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ପ୍ରକାଶଥାଉକି, ଚଳିତ ମାସରେ ଗତ ୧୪ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସବୁ ମନ୍ତ୍ରୀମାନଙ୍କର କାର୍ଯ୍ୟକ୍ରମ ଓ ଦକ୍ଷତା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ବୋଲି ଧାର୍ଯ୍ୟ କରାଯାଇଥିଲା । ଏଥରକ ମନ୍ତ୍ରୀମାନଙ୍କୁ ବିଭିନ୍ନ ରାଙ୍କ୍ ମିଳିବ ମିଳିବ ବୋଲି ମଧ୍ୟ ବ୍ୟବସ୍ଥା ହୋଇଥିଲା । କିନ୍ତୁ ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ଦ୍ୱିତୀୟ ଲହରୀ ଯୋଗୁ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।
Powered by Froala Editor