Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, May 08, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନିଶାନ୍ତଙ୍କ ସମେତ ଶପଥ ନେଲେ ୩୨ ମନ୍ତ୍ରୀ

  • ତାମିଲନାଡୁରେ ସରକାର ଗଠନ ପ୍ରସଙ୍ଗ ଜଟିଳ, ...

  • ମୁଖ୍ୟମନ୍ତ୍ରୀ ମାନ ଓ କେନ୍ଦ୍ରମନ୍ତ୍ରୀ ...

  • ସିସିଟିଭିରେ ରଙ୍ଗ ବୋଳି ଖାଲି କରିଦେଲେ ...

  • ‘ଅପରେସନ୍ ସିନ୍ଦୂର’କୁ ବର୍ଷେ, ମୋଦିଙ୍କର ...

  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ...

  • ସମ୍ପର୍କକୁ ନେଇ ମୁହଁ ଖୋଲିଲେ ତ୍ରିଶା, ...

  • ଥଲାପତି ବିଜୟଙ୍କ ଶପଥ ନେଇ ଆଶଙ୍କା, ୧୧୮ ...

  • ଇସ୍ତଫା ନାହିଁ, ମୋତେ ବହିଷ୍କାର କର: ମମତା

  • ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି ...

Home ›› ›› ୭୩ ପ୍ରତିଶତ ବଢିଲା ଓଡ଼ିଶାରେ ମୁଣ୍ଡପିଛା ଆୟ, ପଛରେ ଉତ୍ତରପ୍ରଦେଶ ଓ ଗୁଜରାଟ

୭୩ ପ୍ରତିଶତ ବଢିଲା ଓଡ଼ିଶାରେ ମୁଣ୍ଡପିଛା ଆୟ, ପଛରେ ଉତ୍ତରପ୍ରଦେଶ ଓ ଗୁଜରାଟ

2023-04-10 05:46:28
14192
Share:
Facebook
Twitter
E-Mail
WhatsApp
Telegram
 ୭୩ ପ୍ରତିଶତ ବଢିଲା ଓଡ଼ିଶାରେ ମୁଣ୍ଡପିଛା ଆୟ, ପଛରେ ଉତ୍ତରପ୍ରଦେଶ ଓ ଗୁଜରାଟ

ଭୁବନେଶ୍ୱର:  ୨୦୧୭ରୁ ୨୦୨୩ ଭିତରେ ଓଡ଼ିଶାରେ ମୁଣ୍ଡପିଛା ଆୟ ବଢିଛି। ପଛରେ ପଡିଛନ୍ତି ଉତ୍ତରପ୍ରଦେଶ ଓ ଗୁଜରାଟ। ଏହି ୬ବର୍ଷ ଭିତରେ ଓଡ଼ିଶାରେ ମୁଣ୍ଡପିଛା ଆୟ ୭୩ପ୍ରତିଶତକୁ ବଢିଛି। ହେଲେ ବିଜେପି ଶାସିତ ଉତ୍ତରପ୍ରଦେଶ ଏହି ତାଲିକାର ସବୁଠାରୁ ତଳେ ରହିଛି। ଲଗାତର ଦୁଇ ଦୁଇ ଥର ୟୁପିରେ ଯୋଗୀ ସରକାର ଥାଇ ମଧ୍ୟ ମୁଣ୍ଡ ପିଛା ଆୟ ମାତ୍ର ୪୦ପ୍ରତିଶତରେ ସୀମିତ ରହିଛି। ସେହିପରି କେନ୍ଦ୍ର ଓ ରାଜ୍ୟ ବିଜେପି ବିକାଶର ଯେଉଁ ଗୁଜରାଟ ମଡେଲକୁ ନେଇ ବାହସ୍ଫୋଟ ମାରୁଛନ୍ତି, ସେହି ଗୁଜରାଟର ମୁଣ୍ଡପିଛା ଆୟ ୟୁପିଠାରୁ ମାତ୍ର ଏକ ପ୍ରତିଶତ ଉପରେ ରହିଛି।

ବିଜେପି ବିକାଶର ମଡେଲ ଷ୍ଟେଟ ଭାବେ ଜଣାଶୁଣା ଗୁଜରାଟରେ ଗତ ୬ବର୍ଷ ଭିତରେ ମାତ୍ର ୪୧ପ୍ରତିଶତରେ ପହଞ୍ଚିଛି ମୁଣ୍ଡ ପିଛା ଆୟ। ଛତିଶଗଡ଼, ରାଜସ୍ଥାନ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ତେଲେଙ୍ଗାନା ବି ମୁଣ୍ଡପିଛା ଆୟ ବୃଦ୍ଧିରେ ଓଡ଼ିଶାର ସମକକ୍ଷ ହୋଇନଥିବା କେନ୍ଦ୍ର ପରିସଂଖ୍ୟାନ ନିର୍ଦ୍ଦେଶାଳୟ ସର୍ଭେ ରିପୋର୍ଟରୁ ଜଣାପଡିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରର ପ୍ରଥମ ପାଳି ପୂର୍ବରୁ ରାଜ୍ୟରେ ଅତି ନୈରାଶ୍ୟଜନକ ସ୍ଥିତିରେ ଥିଲା ମୁଣ୍ଡପିଛା ଆୟ। ୧୯୯୯ ମହାବାତ୍ୟା ରାଜ୍ୟର ଅର୍ଥନୀତିକୁ ଦୋହଲାଇ ଦେଇଥିଲା। ସେ ସମୟରେ ମୁଣ୍ଡପିଛା ଆୟ ମାତ୍ର ୧୩,୦୧୨ ଥିଲା। ନବୀନ ସରକାର ଆସିବା ପରେ ଆରମ୍ଭ ହୋଇଥିଲା ଆର୍ଥିକ ସଂସ୍କାର। ଠିକ୍ ସମୟରେ ଦରମା ପାଉ ନଥିବା ସରକାରୀ କର୍ମଚାରୀ ବି ମାସ ଶେଷକୁ ଦରମା ପାଇଲେ। ୨୦୧୭-୧୮ରେ ରାଜ୍ୟରେ ମୁଣ୍ଡ ପିଛା ଆୟ ୮୭,୦୫୫ ଟଙ୍କା ଥିଲା। ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ଏହା ୧ଲକ୍ଷ ୨୮ ହଜାର ୮୭୩ ଟଙ୍କା ପହଞ୍ଚିଥିଲା।୨୦୨୨-୨୩ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ୧ଲକ୍ଷ ୫୦ ହଜାର ୬୭୬ରେ ପହଞ୍ଚିଛି। ୧୯୯୯-୨୦୦୦ରେ ରାଜ୍ୟର ମୁଣ୍ଡପିଛା ଆୟ ତୁଳନାରେ ମୁଣ୍ଡ ପିଛା ଋଣ ୨.୬୫ ଗୁଣ ଥିଲା। ବର୍ତ୍ତମାନ ମୁଣ୍ଡ ପିଛା ଆୟ ବୃଦ୍ଧି ପାଇ ମୁଣ୍ଡ ପିଛା ଋଣର ୫.୮ ଗୁଣାରେ ପହଞ୍ଚିଛି। ଏପରି ସ୍ଥିତିରେ ଏଫଆରବିଏମ୍ ନିୟମ ଅନୁସାରେ, ଯେକୌଣସି ରାଜ୍ୟ ୨୫ ପ୍ରତିଶତ ଋଣ କରିପାରିବ। ମହାରାଷ୍ଟ୍ର ପରି ବିକାଶିତ ରାଜ୍ୟ ୨୫ପ୍ରତିଶତ ଋଣ ଅତିକ୍ରମ କରିଥିବା ବେଳେ ଓଡ଼ିଶାର ଋଣ ପରିମାଣ ୧୭ରୁ ୧୯ ପ୍ରତିଶତରେ ସୀମିତ ରହିଛି। ରାଜ୍ୟରେ ଋଣ ଭାର ହ୍ରାସ କରିବା ପାଇଁ ଅନେକ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ରାଜସ୍ବ ବଳକା ସୃଷ୍ଟି କରି ଋଣ ଉପରେ ଥିବା ନିର୍ଭରଶୀଳତା କମ୍ କରାଯାଇଛି। ୨୦୦୬-୦୭ରୁ ୨୦୧୩-୧୪ ଓ ୨୦୨୧-୨୨ରୁ ଏଯାଏ ଖୋଲା ବଜାରରୁ ଋଣ ନିଆଯାଇନି। ସେହିପରି ଉଚ୍ଚ ସୁଦ୍ଧହାର ବିଶିଷ୍ଟ ଋଣକୁ ଆଗୁଆ ପଇଠ କରାଯାଇଥିବା ବେଳେ ଜାତୀୟ ସ୍ବଳ୍ପ ସଞ୍ଚୟ ପାଣ୍ଠିରୁ ମଧ୍ୟ ୨୦୧୬-୧୭ରୁ ଏଯାବତ୍ କୌଣସି ଋଣ ନିଆଯାଇନାହିଁ।

Powered by Froala Editor

Tags Income

Related articles Odisha News Lens 4.1

  • ‘ଅପରେସନ୍ ସିନ୍ଦୂର’କୁ ବର୍ଷେ, ମୋଦିଙ୍କର ଏକ୍ସ ଡିପିରେ ସେନାକୁ ସଲାମ
    ଦେଶ-ଦେଶାନ୍ତର

    ‘ଅପରେସନ୍ ସିନ୍ଦୂର’କୁ ବର୍ଷେ, ମୋଦିଙ୍କର ଏକ୍ସ ଡିପିରେ ସେନାକୁ ସଲାମ

    15297
    May 07, 2026
  • ଥଲାପତି ବିଜୟଙ୍କ ଶପଥ ନେଇ ଆଶଙ୍କା, ୧୧୮ ବିଧାୟକଙ୍କ ତାଲିକା ଧରି ଆସିବାକୁ କହିଲେ ...
    ଦେଶ-ଦେଶାନ୍ତର

    ଥଲାପତି ବିଜୟଙ୍କ ଶପଥ ନେଇ ଆଶଙ୍କା, ୧୧୮ ବିଧାୟକଙ୍କ ତାଲିକା ଧରି ଆସିବାକୁ କହିଲେ ...

    15187
    May 07, 2026
  • ମୁଖ୍ୟମନ୍ତ୍ରୀ ମାନ ଓ କେନ୍ଦ୍ରମନ୍ତ୍ରୀ ରଭନୀତ ବିଟ୍ଟୁଙ୍କ କାରକୁ ବୋମାରେ ...
    ଦେଶ-ଦେଶାନ୍ତର

    ମୁଖ୍ୟମନ୍ତ୍ରୀ ମାନ ଓ କେନ୍ଦ୍ରମନ୍ତ୍ରୀ ରଭନୀତ ବିଟ୍ଟୁଙ୍କ କାରକୁ ବୋମାରେ ...

    13746
    May 07, 2026
  • ସିସିଟିଭିରେ ରଙ୍ଗ ବୋଳି ଖାଲି କରିଦେଲେ ଏଟିଏମ୍‌
    ଜିଲ୍ଲା ପରିକ୍ରମା

    ସିସିଟିଭିରେ ରଙ୍ଗ ବୋଳି ଖାଲି କରିଦେଲେ ଏଟିଏମ୍‌

    15433
    May 07, 2026
  • ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା
    ଦେଶ-ଦେଶାନ୍ତର

    ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା

    14076
    May 07, 2026
  • ନିଶାନ୍ତଙ୍କ ସମେତ ଶପଥ ନେଲେ ୩୨ ମନ୍ତ୍ରୀ
    ଦେଶ-ଦେଶାନ୍ତର

    ନିଶାନ୍ତଙ୍କ ସମେତ ଶପଥ ନେଲେ ୩୨ ମନ୍ତ୍ରୀ

    15551
    May 07, 2026
  • ସମ୍ପର୍କକୁ ନେଇ ମୁହଁ ଖୋଲିଲେ ତ୍ରିଶା, କହିଲେ ଆମେ ଭଲ ବନ୍ଧୁ
    ମନୋରଞ୍ଜନ

    ସମ୍ପର୍କକୁ ନେଇ ମୁହଁ ଖୋଲିଲେ ତ୍ରିଶା, କହିଲେ ଆମେ ଭଲ ବନ୍ଧୁ

    15535
    May 07, 2026
  • ଇସ୍ତଫା ନାହିଁ, ମୋତେ ବହିଷ୍କାର କର: ମମତା
    ଦେଶ-ଦେଶାନ୍ତର

    ଇସ୍ତଫା ନାହିଁ, ମୋତେ ବହିଷ୍କାର କର: ମମତା

    15416
    May 07, 2026
  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା
    ବିଶେଷ

    ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା

    13870
    May 07, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା

    13870
    May 07, 2026
  • ମନୋରଞ୍ଜନ

    ସମ୍ପର୍କକୁ ନେଇ ମୁହଁ ଖୋଲିଲେ ତ୍ରିଶା, କହିଲେ ଆମେ ଭଲ ବନ୍ଧୁ

    15535
    May 07, 2026
  • ଦେଶ-ଦେଶାନ୍ତର

    ନିଶାନ୍ତଙ୍କ ସମେତ ଶପଥ ନେଲେ ୩୨ ମନ୍ତ୍ରୀ

    15551
    May 07, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17460
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17510
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17867
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16342
    Apr 03, 2021

ବିଶେଷ

  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା

    13870
    May 07, 2026
  • କେମିତି ଦୂର କରିବେ ଟେନ୍‌ସନ୍‌

    15042
    May 05, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    15108
    May 03, 2026
  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    13899
    May 02, 2026
  • ଏପରି ନିଅନ୍ତୁ ନିଜର ଯତ୍ନ

    14124
    May 01, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15383
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15119
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15616
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13933
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମୁଖ୍ୟମନ୍ତ୍ରୀ ମାନ ଓ କେନ୍ଦ୍ରମନ୍ତ୍ରୀ ରଭନୀତ ବିଟ୍ଟୁଙ୍କ କାରକୁ ବୋମାରେ ଉଡାଇଦେବାକୁ ଧମକ

    13746
    May 07, 2026
  • ଥଲାପତି ବିଜୟଙ୍କ ଶପଥ ନେଇ ଆଶଙ୍କା, ୧୧୮ ବିଧାୟକଙ୍କ ତାଲିକା ଧରି ଆସିବାକୁ କହିଲେ ରାଜ୍ୟପାଳ

    15187
    May 07, 2026
  • ‘ଅପରେସନ୍ ସିନ୍ଦୂର’କୁ ବର୍ଷେ, ମୋଦିଙ୍କର ଏକ୍ସ ଡିପିରେ ସେନାକୁ ସଲାମ

    15297
    May 07, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In