ମନ୍ଦିର ଉପରେ ପଡ଼ିଲା ଗଛ, ୭ ମୃତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅକୋଲା ଜିଲ୍ଲା ନିକଟସ୍ଥ ବାବାଜୀ ମହାରାଜ ମନ୍ଦିର ଉପରେ ଏକ ଗଛ ପଡ଼ିଯିବାରୁ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୫ ଜଣ ଗୁରୁତର ଅଛନ୍ତି। ବାବାଜୀ ମହାରାଜ ମନ୍ଦିରରେ ପ୍ରସାଦ ବଣ୍ଟନ ହେଉଥିଲା। ଏଥିନିମନ୍ତେ ବହୁ ଲୋକଙ୍କ ଭିଡ଼ ହୋଇଥିଲା। ପ୍ରାୟ ୪୦ ପାଖାପାଖି ଶ୍ରଦ୍ଧାଳୁ ଏକାଠି ପ୍ରସାଦ ସେବନ କରୁଥିବା ବେଳେ ତାହା ଉପରେ ସେଡ୍ ପଡ଼ିଥିଲା। ଉକ୍ତ ସମୟରେ ହଠାତ୍ ଜୋରରେ ପବନ ବର୍ଷା ହେବାରୁ ପାଖରେ ଥିବା ଏକ ନିମ୍ବ ଗଛ ଭାଙ୍ଗି ଉକ୍ତ ସେଡ ଉପରେ ପଡ଼ିଥିଲା। ଫଳରେ ତଳେ ଥିବା ଲୋକେ ତା’ ତଳେ ଚାପି ହୋଇ ଯାଇଥିଲେ। ରକ୍ଷା କରିବାକୁ ସେମାନେ ଆର୍ତ୍ତ ଚିତ୍କାର କରୁଥିବା ବେଳେ ତତ୍କ୍ଷଣାତ ସ୍ଥାନୀୟ ଲୋକେ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ।
ଖବର ପାଇ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ୟ୍ୟକୁ ତ୍ୱରାନ୍ୱିତ କରିଥିଲେ। ସଙ୍ଗେ ସଙ୍ଗେ ଗ୍ୟାସ କଟର ସାହାଯ୍ୟରେ ଗଛ ଓ ସେଡ୍କୁ କାଟି ତା’ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ଅଛି।
Powered by Froala Editor