ଝାରସୁଗୁଡା ସହରରୁ ପୁଣି ନାବାଳକ ନିଖୋଜ

ଝାରସୁଗୁଡ଼ା : ଝାରସୁଗୁଡା ସହର ଉପକଣ୍ଠରୁ ପୁଣି ଜଣେ ନାବାଳକ ନିଖୋଜ । ନାବାଳକଙ୍କୁ ଅପହରଣ କରିଥିବା ସନ୍ଦେହ। ପୋଲିସ ଘଟଣାରେ ତନାଘନା ଆରମ୍ଭ କରିଛି ।ଖବର ଅନୁଯାୟୀ, ବୁରୋମାଲ ଅଞ୍ଚଳର ୧୦ ବର୍ଷୀୟ ନାବାଳକ ପ୍ରିନ୍ସ ସୋନିଙ୍କର ଗତ ଶୁକ୍ରବାର ଠାରୁ ପତ୍ତା ମିଳୁନି। ମାଆ ଅସୁସ୍ଥ କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହେବାରୁ ବାପା ମଧ୍ୟ ଡାକ୍ତରଖାନା ଯାଇଥିଲେ। ବଡ ଭାଇ ସହ ଘରେ ଥିଲେ ପ୍ରିନ୍ସ। ଗତକାଲି ସୁଦ୍ଧା ଘରକୁ ନଫେରିବାରୁ ପରିବାର ଲୋକେ ଅପହରଣ ସନ୍ଦେଗରେ ଥାନାରେ ଏତଲା ଦେଇଛନ୍ତି। ଏହାପରେ ପୋଲିସ ତନାଘନା ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୭ ତାରିଖରେ ଦଶମଶ୍ରେଣୀ ଛାତ୍ର ସମର୍ଥ ଅଗ୍ରୱାଲଙ୍କୁ ଦୁର୍ବୃତ୍ତ ମାନେ ଅପହରଣ କରି ହତ୍ୟା କରିଥିଲେ। ଏବେ ପୁଣି ଥରେ ନାବାଳକ ନିଖୋଜ ଘଟଣା ଆଶଙ୍କା ବଢାଇଛି । ସହର ଉପକଣ୍ଠରୁ ଲଗାତର ନାବାଳକ ଅପହରଣ ଘଟଣା ଚିନ୍ତା ବଢ଼ାଇଛି।
Powered by Froala Editor