ବିଜେପିରେ ମିଶିଲେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ ଆଣ୍ଟୋନିଙ୍କ ପୁଅ
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଭି ମୁରଲୀଧରନ୍ ଏବଂ ବିଜେପିର କେରଳ ୟୁନିଟ୍ ମୁଖ୍ୟ କେ ସୁରେନ୍ଦ୍ରନଙ୍କ ଉପସ୍ଥିତିରେ ଅନିଲ ଆଣ୍ଟୋନି ବିଜେପିରେ ସାମିଲ ହୋଇଥିଲେ।
୨୦୦୨ଗୁଜୁରାଟ ଦଙ୍ଗା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବିସି ଡକ୍ୟୁମେଣ୍ଟାରୀ ଉପରେ ବିବାଦ ପରେ ଅନିଲ ଆଣ୍ଟୋନି ଜାନୁଆରୀରେ କଂଗ୍ରେସ ଛାଡିଥିଲେ। ଅନିଲ କହିଥିଲେ ଯେ, ବ୍ରିଟିଶ ପ୍ରସାରଣକାରୀ ବିବିସିର ଭାରତୀୟ ଅନୁଷ୍ଠାନକୁ ଅଗ୍ରାଧିକାର ଦେବା ଆମ ଦେଶର ସାର୍ବଭୌମତ୍ୱକୁ କ୍ଷୁର୍ଣ୍ଣ କରିବ। ଏହା ଦେଶ ଲାଗି ବିପଦ ସୃଷ୍ଟି କରିବ। ଯେଉଁମାନେ ବିବିସି ତଥା ବ୍ରିଟେନର ପୂର୍ବତନ ବୈଦେଶିକ ସଚିବ ଜ୍ୟାକ ଷ୍ଟ୍ରୋଙ୍କ ଚିନ୍ତାଧାରାକୁ ସମର୍ଥନ କରୁଛନ୍ତି ସେମାନେ ଭାରତୀୟ ଅନୁଷ୍ଠାନ ଉପରେ ବିପଦପୂର୍ଣ୍ଣ ଉଦାହରଣ ସୃଷ୍ଟି କରୁଛନ୍ତି। କାରଣ ୨୦୦୩ ଇରାକ ଯୁଦ୍ଧ ପଛରେ ଜ୍ୟାକ ଷ୍ଟ୍ରୋଙ୍କ ହାତ ଥିଲା। ବିଜେପି ସହିତ ପ୍ରମୁଖ ମତଭେଦ ସତ୍ତ୍ୱେ ମୁଁ ଅନୁଭବ କରୁଛି ଯେ, ଏହା ଆମର ସାର୍ବଭୌମତ୍ୱକୁ କ୍ଷୁର୍ଣ୍ଣ କରିବ।
କଂଗ୍ରେସ ଛାଡି ହଠାତ ଅନିଲ ବିଜେପିରେ ଯୋଗ ଦେବା ଖବର ପାଇବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ତାଙ୍କ ବାପା ଏ.କେ ଆଣ୍ଟୋନି। ଅନିଲ ଆଣ୍ଟୋନିଙ୍କ ପିତା ଏ.କେ ଆଣ୍ଟୋନି କଂଗ୍ରେସ ସରକାରରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ଥିଲେ। ଏତଦ୍ ବ୍ୟତୀତ ସେ କେରଳର ମୁଖ୍ୟମନ୍ତ୍ରୀ ମଧ୍ୟ ରହିସାରିଛନ୍ତି। ବଡ଼ ନେତାଙ୍କ ମଧ୍ୟରେ ଏ.କେ ଆଣ୍ଟୋନିଙ୍କ ନାମ ଗଣାଯାଏ।
Powered by Froala Editor