ଜୋୟାଙ୍କ ଜୋଶ୍ : ବିଶ୍ୱର ଦୀର୍ଘତମ ଉଡ଼ାଣ ଭରି ଇତିହାସ ରଚିଲେ

ବିଶ୍ବର ଦୀର୍ଘତମ ଉଡାଣ ଭରି ଇତିହାସ ରଚିଛନ୍ତି ଏୟାର ଇଣ୍ଡିଆ କ୍ୟାପଟେନ ଜୋୟା ଅଗ୍ରୱାଲ। ସେ ବିଶ୍ବର ପ୍ରଥମ ମହିଳା ଭାବେ ଦୀର୍ଘତମ ଉଡାଣ ଭରି ସଫଳ ହୋଇପାରିଛନ୍ତି। ସାନ୍ଫ୍ରାନ୍ସିସ୍କୋରୁ ବେଙ୍ଗାଲୁରୁକୁ ସେ ଲମ୍ବା ଉଡାଣ ଭରିଥିଲେ ।
ଜୋୟା ୮ ବର୍ଷ ବୟସରେ ପାଇଲଟ୍ ହେବାକୁ ନେଇ ସ୍ବପ୍ନ ଦେଖିଥିଲେ। ସେ ଦଶମ ଶ୍ରେଣୀ ଶେଷ କରିବା ପରେ ପାଇଲଟ୍ ହେବାକୁ ଚାହୁଁଥିବା କଥା ନିଜ ବାପା ମା'ଙ୍କୁ କହିଥିଲେ । ଏହାପରେ ପାଇଲଟ ଟ୍ରେନିଂ ପାଇଁ ଖର୍ଚ୍ଚକୁ ନେଇ ତାଙ୍କ ପିତା ବେଶ୍ ଚିନ୍ତିତ ଥିଲେ। ତେବେ ଏହା ଭିତରେ ସ୍ବପ୍ନ ସତ କରିବା ପାଇଁ ଜୋୟାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ତଥାପି ସେ ପଛକୁ ଫେରିନଥିଲେ। କଠିନ ପରିଶ୍ରମ ଫଳରେ ତାଙ୍କୁ ଆଜି ସଫଳତା ମିଳିଛି ।
Powered by Froala Editor