ନିଜ ମାଲିକଙ୍କୁ ଠକି ୪ଟି କମ୍ପାନୀର ମାଲିକ ହେଲେ କର୍ମଚାରୀ, ଶେଷରେ ବନ୍ଧା ହେଲେ

ଝାରସୁଗୁଡ଼ା: ନିଜ ମାଲିକଙ୍କୁ ଠକେଇ କରି ୪ଟି କମ୍ପାନୀର ମାଲିକ ହେବା ସହ ବିଳାସ ପୂର୍ଣ୍ଣ ଜୀବନ ଜୀଇଁଥିବା ଜଣେ ପରିବହନ କମ୍ପାନୀ କର୍ମଚାରୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ହେଉଛନ୍ତି ଝାରଖଣ୍ଡ ରାଞ୍ଚି ସହରର ବାସିନ୍ଦା ବେନାରାମ ସାଇନୀ । ଚେନାରାମ ଝାରସୁଗୁଡା ସରବାହାଲ ସ୍ଥିତ ଓଡ଼ିଶା ବେଙ୍ଗଲ କ୍ୟାରିୟର ଲିମିଟେଡ ନାମକ ଏକ କମ୍ପାନୀ ମାଲିକ ରବି ଅଗ୍ରୱାଲଙ୍କ ନିକଟରେ କାମ କରନ୍ତି । କିଛି ଦିନ ପୂର୍ବେ ଶ୍ରୀ ଅଗ୍ରୱାଲ ଅଡିଟ ସମୟରେ କିଛି ଗଡବଡ଼ ଥିବା ଜାଣିବାକୁ ପାଇବାରୁ ଥାନାରେ ଏତଲା ଦେଇଥିଲେ । ପୁଲିସ ତଦନ୍ତ ବେଳେ ଚେନାରାମ ଜାଲ ଚାଲାନ, ଜାଲ କରି ରସିସ ପ୍ରସ୍ତୁତ କରି ୧୨ କୋଟି ୧୯ ଲକ୍ଷ ଟଙ୍କାର ଠକାମୀ କରିଥିବା ଜଣାପଡ଼ିଥିଲା । ସେ ଏହି ଜାଲ ରସିଦ ପ୍ରସ୍ତୁତିରେ ସରବାହାଲର ଆଶୀର୍ବାଦ କି୍ରଏସନ୍ସ ଛାପା ଦୋକାନ ମାଲିକ ଆକାଶ ପାଠକଙ୍କ ସହାୟତା ନେଇଥିବା ଜଣାପଡ଼ିବା ପରେ ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଚେନାରାମ ନିଜ ମାଲିକ ଶ୍ରୀ ଅଗ୍ରୱାଲଙ୍କୁ ଠକେଇ କରି ଝାରସୁଗୁଡା ଓ ରାଞ୍ଚିରେ ବହୁ ମୂଲ୍ୟ ଜମି, ମହଙ୍ଗା କାର କିଣିଥିବା ବେଳେ ୪ଟି କମ୍ପାନୀ ଆଶୀର୍ବାଦ ଏଣ୍ଟର ପ୍ରାଇଜସ, ଆଶୀର୍ବାଦ ଇଜିଷ୍ଟିକ, ଆଶୀର୍ବାଦ ଟ୍ରେଡର୍ସ ଓ ବାବା ରାମଦେବ ରେଡୱେଜ ଖୋଲିଥିବା ପୁଲିସ ସୂତ୍ରରୁ ପ୍ରକାଶ ।
Powered by Froala Editor