୩୦ କୋଟିର ସମ୍ପତ୍ତି ଥାଇବି ମିଳୁନଥିଲା ଦୁଇ ପଟ ରୁଟି : ଆତ୍ମହତ୍ୟା କଲେ ବାପା-ମା'
ଘରେ ଅଚଳାଚଳ ସମ୍ପତ୍ତି ଥାଇବି ବୃଦ୍ଧବୃଦ୍ଧାଙ୍କୁ ମିଳୁନଥିଲା ଦୁଇପଟ ରୁଟି । ଅଭିଯୋଗ କଲେ ମାଡ଼ । ଏଭଳି ନିର୍ଯାତନା କେତେ ଦିନ ବା ସହିଥାନ୍ତେ । ନା ବାହାରକୁ ଯାଇପାରୁଥିଲେ ନା କାହାକୁ କିଛି କହିପାରୁଥିଲେ । ଶେଷରେ ଚରମ ନିଷ୍ପତ୍ତି ନେଇ ଜୀବନ ହାରିଦେଲେ । ହେଲେ ଜୀବନ ଶେଷ କରିବା ପୂର୍ବରୁ ବୃଦ୍ଧ ଦମ୍ପତି ଛାଡି ଯାଇଛନ୍ତି ଏକ ସୁଇସାଇଡ ନୋଟ୍ । ଯେଉଁଥିରେ ସେମାନଙ୍କ କାହାଣୀ ଅତ୍ୟନ୍ତ ହୃଦୟବିଦାରକ ।
ଏଭଳି ଏକ ଘଟଣା ଘଟିଛି ହରିୟାଣାର ଦ୍ରାହି ସହରରେ । ଆତ୍ମହତ୍ୟା କରିଥିବା ଏହି ଦମ୍ପତିଙ୍କ ହେଉଛନ୍ତି ୭୮ ବର୍ଷିୟ ଜଗଦୀଶ ଚନ୍ଦ୍ର ଆର୍ଯ୍ୟ ଏବଂ ତାଙ୍କ ପତ୍ନୀ, ଭାଗ୍୍ଲୀ ଦେବୀ, ଯାହାଙ୍କା ବୟସ ୭୭ ବର୍ଷ । ଦମ୍ପତିଙ୍କ ମୂଳ ଘର ହରିୟାଣାର ଗୋପୀ ଗାଁରେ । ଏହି ବୃଦ୍ଧ ଦମ୍ପତି ବାଢ଼ଡାରେ ନିଜ ପୁଅ ବୀରେନ୍ଦ୍ର ଆର୍ଯ୍ୟଙ୍କ ଘରେ ରହୁଥିଲେ । ବୀରେନ୍ଦ୍ରଙ୍କ ପୁଅ ୨୦୨୧ ବ୍ୟାଚର ଆଇଏସ୍ ଅଧିକାରୀ । ପରିବାର ଲୋକଙ୍କ ପାଖରେ ୩୦ କୋଟିର ସଂପତି । କିନ୍ତୁ ଏଭଳି ଏକ ପରିବାର'ର ମୂଳ ଦୁଆ ଥିବା ବୃୃଦ୍ଧ ଦମ୍ପତି, ଦୁଇ ଦୁଇ ଓଳି ଖାଇବାକୁ ନପାଇଁ ଆତ୍ମହତ୍ୟା କରିବା ଭଳି ଖବର ଏବେ ଚାଂଚଲ୍ୟ ଖେଳାଇ ଦେଇଛି । ଆତ୍ମହତ୍ୟା ସମ୍ପର୍କରେ ଜାଣିବା ପରେ ସମ୍ପର୍କୀୟମାନେ ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଂଚି ମାମଲା ରୁଜୁ କରିଛି ।
Powered by Froala Editor