ଆଜି ଶ୍ରୀରାମ ଜନ୍ମ ନୀତି ଅନୁଷ୍ଠିତ, ୩ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ଆଜି ଶ୍ରୀରାମ ନବମୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀରାମ ଜନ୍ମ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ପରମ୍ପରାନୁସାରେ ସ୍ୱତନ୍ତ୍ର ଦେବବିଧି ପାଳନ ହେବ । ଏଥିପାଇଁ ମହାପ୍ରଭୁଙ୍କ ଦର୍ଶନ ପ୍ରାୟ ୩ ଘଣ୍ଟା ବନ୍ଦ ରହିବ । ମଧ୍ୟାହ୍ନ ଧୂପ ପରେ ଶ୍ରୀରାମଜନ୍ମ ନୀତି ଅନୁଷ୍ଠିତ ହେବ । ଅପରାହ୍ନ ୫ଟାରୁ ରାତି ୮ଟା ପର୍ୟ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ଭକ୍ତମାନେ ବଞ୍ଚିତ ହେବେ । ତେବେ ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିକୁ ନେଇ ଦର୍ଶନ ବନ୍ଦ ସମୟ ଧାର୍ୟ୍ୟ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆପାତତଃ ସୂଚନା ରହିଛି । ।
Powered by Froala Editor