ଜୁନ୍ ୩୦ ଯାଏ ବଢିଲା ଆଧାର-ପାନ୍ ଲିଙ୍କ୍ ସମୟସୀମା
ପାନ୍ କାର୍ଡ ସହିତ ଆଧାର ଲିଙ୍କ୍ କରିବାର ସମୟସୀମାକୁ ପୁଣି ବଢାଇଛନ୍ତି ସରକାର ।ସୂଚନା ଅନୁଯାୟୀ, ପାନ୍-ଆଧାର ଲିଙ୍କ୍ର ସମୟସୀମା ୩୦ ଜୁନ୍ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେଣ୍ଟ୍ରାଲ ବୋର୍ଡ଼ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍(ସିବିଡିଟି) ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି। ଏନେଇ ପିଆଇବି ପକ୍ଷରୁ ଟ୍ବିଟ୍ କରାଯାଇଛି ଯେ, କରଦାତାମାନଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇ ପାନ୍ କାର୍ଡକୁ ଆଧାର ସହ ଲିଙ୍କ୍ କରିବାର ଶେଷ ତାରିଖ ଜୁନ୍ ୩୦, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ଆଧାର ସହିତ ପାନ୍ କାର୍ଡ ଲିଙ୍କ କରିବାର ସମୟସୀମା ସରି ଆସୁଥିବାରୁ ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ । କିନ୍ତୁ ସରକାର ଏହି ସମୟକୁ ବୃଦ୍ଧି କରି ଲୋକମାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ଆୟକର ବିଭାଗର ରିପୋର୍ଟ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨ କୋଟିରୁଉର୍ଦ୍ଧ ଲୋକେ ପାନ୍ କାର୍ଡ ସହିତ ଆଧାର ଲିଙ୍କ କରି ନାହାନ୍ତି।
କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ ବା ସିବିଡିଟି ଜରିଆରେ ପାନକୁ ଆଧାର ସହ ଲିଙ୍କ କରିବାର ଶେଷ ତାରିଖକୁ ପୂର୍ବରୁ ବହୁତ ଥର ବୃଦ୍ଧି କରାଯାଇସାରିଛି ।
Powered by Froala Editor