ଗୋଡ଼ାଇଲା ଭାଲୁ, ୩ ଜଣଙ୍କୁ କାମୁଡିଲା

କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଖିଲାରିପାଟ ନୂଆଗାଁ ଗ୍ରାମରେ ଭାଲୁ ଆକ୍ରମଣ ରେ 3 ଜଣ ଗୁରୁତର ଆହାତ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଗୁରୁତର ମାନେ ହେଲେ ଖିଲାରିପାଟ ନୂଆଗାଁ ଗ୍ରାମର ରାମଚନ୍ଦ୍ର ପଇଦା, କୋଠାଘର ଗ୍ରାମର ବିରବର ମହାନ୍ତ ଓ ପୁରୁଣା ପାଣି ଗ୍ରାମର ଶରତ ଚନ୍ଦ୍ର ମହାନ୍ତ, ବଡ଼ନୁଆଗାଁର ମଙ୍ଗଳୁ ବେହେରା ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ କୋଠାଘର ଗ୍ରାମର ବିରବର ମହାନ୍ତ ଓ ବଡ ନୂଆଗାଁ ର ମଙ୍ଗୁଳୁ ବେହେରା ବାରଟୁଣିଆ ଗ୍ରାମରୁ ବଳଦ କିଣି ଫେରୁଥିବା ସମୟରେ ତାଙ୍କୁ ଖଲାରୀପାଟ ଗ୍ରାମ କାଜୁଜଙ୍ଗଲ ନିକଟରେ ଭାଲୁ ଟି ଆକ୍ରମଣ କରିଥିଲା। ସେହିପରି ପୁରୁଣାପାଣି ଗ୍ରାମର ଶରତ ମହାନ୍ତ ଟେଣ୍ଡରା ଗ୍ରାମରୁ ନିଜ ଗ୍ରାମ କୁ ଯାଉଥିବା ବେଳେ ଭାଲୁ ହାବୁଡ଼ରେ ପଡିଥିଲା। ତାଙ୍କୁ ଆକ୍ରମଣ କରିବା ସମୟରେ ସ୍ଥାନୀୟ ଲୋକେ ପହଞ୍ଚି ତାଙ୍କୁ ଭାଲୁ ହାବୁଡ଼ରୁ ଉଦ୍ଧାର କରିଥିଲେ।
ଖବର ପାଇ ପାଟଣା ରେଞ୍ଜର ଘାସିନାଥ ପାତ୍ର ଓ ବନପାଳ ଭୂପତି ସେଠି ଙ୍କ ସହିତ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ଥିଲେ। କିଛି ସମୟ ପାଇଁ ସେଠାରେ ଉତେଜନା ଦେଖାଦେଇଥିବା ବେଳେ ପାଟଣା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ବନ ବିଭାଗ ସଦଳ ବଳେ ଡେରା ପକାଇ ଥିବା ବେଳେ ଲୋକେ ଠେଙ୍ଗା ବାଡ଼ି ଧରି ଜଗିରହିଥିବା ଜଣାପଡିଛି।
Powered by Froala Editor