ହସ୍ପିଟାଲରେ ହୋମଯଜ୍ଞ : ଭିଡିଓ ଦେଖି ୟୁଜର୍ସ କହିଲେ, ଅନୁମତି ଦେଲା କିଏ?

ଭଗବାନଙ୍କ ଉପରେ ଭରସା ରଖିବା ଭଲ । ହେଲେ ହସ୍ପିଟାଲରେ ନିଆଁ ଜଳାଇ ହୋମଯଜ୍ଞ କରିବା କ’ଣ ଠିକ୍? ହଁ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଦିଲ୍ଲୀର ଏକ ହସ୍ପିଟାଲରେ । ହସ୍ପିଟାଲର ଲବିରେ ଚାଲିଛି ହୋମ ଯଜ୍ଞ। ୪ ଜଣ ପୁଜାରୀ ବସି ମନ୍ତ୍ର ଉଚ୍ଚରାଣ କରୁଛନ୍ତି । ହସ୍ପିଟାଲରେ ପ୍ରବେଶ ଗେଟ୍ ପାଖରେ ବସି ହୋମ ଯଜ୍ଞ କରୁଛନ୍ତି ପଣ୍ଡିତମାନେ। ଏହି ଫଟୋକୁ ଦ ହିନ୍ଦୁର ସ୍ଥାନୀୟ ସମ୍ପାଦକ ବର୍ଗିସ କେ ଜର୍ଜ ଟ୍ୱିଟ୍ ଜରିଆରେ ଶେଆର କରିଛନ୍ତି।
ହସ୍ପିଟାଲ ଭିତରେ ହୋମଯଜ୍ଞର ଭାଇରାଲ ହେଉଥିବା ଏହି ପୋଷ୍ଟକୁ ନେଇ ଅନେକ ଲୋକେ ପ୍ରଶ୍ନ ଉଠାଇଛନ୍ତି। ହସ୍ପିଟାଲ ପରିସର ଭିତରେ ଏଭଳି ହୋମ ଯଜ୍ଞ କରିବାକୁ କିଏ ଅନୁମତି ଦେଲା ବୋଲି ଅନେକ ୟୁଜର୍ସ ପ୍ରଶ୍ନ କରିଛନ୍ତି। ଆଉ କିଛି ୟୁଜର୍ସ ହସ୍ପିଟାଲରେ ଅଗ୍ନି ନିରାପତ୍ତା ନିୟମ ଉଲ୍ଲଂଘନ କରି ରୋଗୀଙ୍କ ଜୀବନ ବିପଦରେ ପକାଇ ଥିବା ଅଭିଯୋଗ କରିଛନ୍ତି। ହସ୍ପିଟାଲର କର୍ତ୍ତୃପକ୍ଷ ଏ ବିଷୟରେ ଜାଣିଛନ୍ତି କି ନାହିଁ ତାହା ଜଣାପଡିନି । କିନ୍ତୁ ଭିଡିଓ ଭାଇରାଲ ହେବା ପରେ ମଧ୍ୟ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଜଣାପଡିଛି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।
Powered by Froala Editor