୧୫୦୦ ଟଙ୍କା ପାଇଁ ଝାଡ଼ୁ, ପୋଛା କରୁଥିଲେ ସ୍ମୃତି ଇରାନୀ
ଟିଭି ପରଦାରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବେଶ୍ ପରିଚିତ । ହେଲେ ତାଙ୍କର ଜୀବନଯାତ୍ରା ମଧ୍ୟ କମ୍ ସଂଘର୍ଷପୂର୍ଣ୍ଣ ନଥିଲା । ବହୁ ଘାତପ୍ରତିଘାତ ଦେଇ ସେ ଗତି କରିଛନ୍ତି । ଏମିତିକି ମାସିକ ୧୫୦୦ ଟଙ୍କା ପାଇଁ ତାଙ୍କୁ ଝାଡୁ ପୋଛା କରିବାକୁ ପଡିଥିଲା ବୋଲି କହିଛନ୍ତି ।
ନିକଟରେ ସ୍ମୃତି ଇରାନୀ ଏକ ସାକ୍ଷତକାରରେ ନିଜର ସଂଘର୍ଷମୟ ଜୀବନ କାହାଣୀ ବଖାଣିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ' ମୁଁ ସଂଘର୍ଷ କରୁଥିବା ବେଳେ ମୁମ୍ବାଇରେ ମ୍ୟାକ ଡୋନାଲ୍ଡ ଆଉଟଲେଟରେ ସଫେଇ କାମ ବି କରିଛି। ଏଥିପାଇଁ ମୋତେ ମାସକୁ ୧୫୦୦ଟଙ୍କା ପାରିଶ୍ରମିକ ମିଳିଥାଏ। ଏକଦା ମୁଁ ମିସ ଇଣ୍ଡିଆ ପାଇଁ ଚୟନ ହୋଇଯାଇଥିଲି। ଏହି ସମୟରେ ଏକଲକ୍ଷ ଟଙ୍କା ଜରୁରୀ ଥିଲା। ତେଣୁ ମୁଁ ବାପାଙ୍କ ଠାରୁ ଏକଲକ୍ଷ ଟଙ୍କା ଧାର ନେଇଥିଲି। ବାପା ଟଙ୍କା ଦେବା ବଦଳରେ ମୋ ସାମ୍ନାରେ ଏକ ସର୍ତ୍ତ ରଖିଥିଲେ। ସର୍ତ୍ତଟି ଥିଲା ସେ ଦେଇଥିବା ଟଙ୍କାକୁ ସୁଧ ଆକାରରେ ଫେରସ୍ତ କରିବି। ଯଦି ଏପରି ନକରେ ତେବେ ସେ ମୋର ବିବାହ ତାଙ୍କ ପସନ୍ଦର ପୁଅ ସହିତ କରାଇ ଦେବେ ବୋଲି କହିଥିଲେ।
ମୁଁ ଏହି ଟଙ୍କା ସୁଝିବା ପାଇଁ ମ୍ୟାକ ଡୋନାଲ୍ଡ ଆଉଟଲେଟକୁ ଚାକିରି ପାଇଁ ଯାଇଥିଲି। ସେମାନେ କହିଥିଲେ ଚାକିରି ସହିତ ଝାଡ଼ୁ କରିବା , ପୋଛା ମାରିବା ଓ ବାସନ ମାଜିବାକୁ ହେବ। ମୁଁ ବି ସେମାନଙ୍କ ସର୍ତ୍ତରେ ରାଜି ହୋଇଯାଇଥିଲି। ସପ୍ତାହକୁ ୬ଦିନ କାମ କରେ ଗୋଟିଏ ଦିନ ଅଡିସନ ଦେବାକୁ ଯାଇଥାଏ। ଏହି ଅଡିସନ ଦେଇ ମୁଁ ଟେଲିଭିଜନ ଲୋକପ୍ରିୟ ସୋ' ' କିୟୁଁକି ଶାଶ ବି କଭି ବୋହୂ ଥି' ଧାରାବାହିକରେ ଅଭିନୟ କରିବାର ସୁଯୋଗ ପାଇଥିଲି। ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ତାଙ୍କ ଜୀବନକାହାଣୀ ମଧ୍ୟ କୌଣସି ଫିଲ୍ମ କାହାଣୀଠାରୁ କମ୍ ନୁହେଁ ।
ସ୍ମୃତି ପ୍ରାୟ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ତାଙ୍କ ଜୀବନର ଏ କାହାଣୀ ଯୁବପିଢିଙ୍କୁ ନିଶ୍ଚୟ ପ୍ରେରଣା ଦେବ ବୋଲି ସେ କହିଛନ୍ତି ।
Powered by Froala Editor