ଓଡ଼ିଶା, ରାଜସ୍ଥାନ, ବିହାର ଓ ଦିଲ୍ଲୀରେ ନୂଆ ସଭାପତିଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ: ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଆଗାମୀ ନିର୍ବାଚନକୁ ନଜରରେ ରଖି ସମସ୍ତ ରାଜନୈତିକ ଦଳମାନେ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ କେନ୍ଦ୍ର କ୍ଷମତାରେ ଥିବା ବିଜେପି ଆଜି ୪ ରାଜ୍ୟରେ ଥିବା ସଭାପତିଙ୍କୁ ବଦଳାଇ ନୂଆ ସଭାପତିଙ୍କ ନାମ ଘୋଷଣା କରିଛି । ଓଡ଼ିଶା, ରାଜସ୍ଥାନ, ବିହାର ଓ ଦିଲ୍ଲୀରେ ନୂଆ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି ।
ଓଡ଼ିଶା- ମନମୋହନ ସାମଲ
ରାଜସ୍ଥାନ-ସି.ପି ଯୋଶୀ
ବିହାର-ସମ୍ରାଟ ଚୌଧୁରୀ
ଦିଲ୍ଲୀ-ବୀରେନ୍ଦ୍ର ସଚଦେବା
ମନମୋହନ ସାମଲ ଓଡ଼ିଶାର ରାଜ୍ୟସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ମନମୋହନଙ୍କୁ ରାଜ୍ୟ ସଭାପତିଭାବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ନିଯୁକ୍ତ କରିଛନ୍ତି । ସମୀର ମହାନ୍ତିଙ୍କ ସ୍ଥାନ ନେଇଛନ୍ତି ମନମୋହନ ସାମଲ । ମନମୋହନ ସାମଲ ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି ସଭାପତି ଥିଲେ । ରାଜ୍ୟରେ ବିଜେପି ଓ ବିଜେଡି ମେଣ୍ଟ ସରକାର ଥିବାବେଳେ ଶ୍ରୀ ସାମଲ ମନ୍ତ୍ରୀ ମଧ୍ୟ ଥିଲେ ।
ଦିଲ୍ଲୀରେ ବିରେନ୍ଦ୍ର ସଚଦେବାଙ୍କୁ ଦଳ ଦାୟୀତ୍ୱ ଦେଇଛି । ଦିଲ୍ଲୀ ଏମସିଡି ନିର୍ବାଚନରେ ଦଳ ପରାଜିତ ହେବା ପରେ ରାଜ୍ୟ ସଭାପତି ଥିବା ଆଦେଶ ଗୁପ୍ତା ସଭାପତି ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ବିରେନ୍ଦ୍ର ସଚଦେବା କାର୍ୟ୍ୟକାରୀ ସଭାପତି ଭାବେ ନିଯୁକ୍ତ ହୋଇଥିଲେ ।
ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ବିହାରରେ ମଧ୍ୟ ନୂଆ ସଭାପତି ନିଯୁକ୍ତ କରିଛନ୍ତି । ସମ୍ରାଟ ଚୌଧୁରୀଙ୍କ ବିହାର ବିଜେପିର ସଭାପତି ଭାବେ ନିଯୁକ୍ତ କରାଯାଇଛି ।
ଏହାସହ ରାଜସ୍ଥାନରେ ଦଳର ସଭାପତି ଭାବେ ସି.ପି ଯୋଶୀଙ୍କୁ ନିଯୁକ୍ତ କରାଯାଇଛି । ସିପି ଯୋଶୀ ରାଜସ୍ଥାନ ବିଜେପିର ଜଣେ ବ୍ରାହ୍ମଣ ଚେହେରା । ସେ ଏବେ ଚଣ୍ଡିଗଡ ଲୋକସଭା ଆସନରୁ ସାଂସଦ ଅଛନ୍ତି । ଏହା ପୂର୍ବରୁ ରାଜସ୍ଥାନର ବିଜେପିର ସଭାପତି ଭାବେ ସତୀଶ ପୁନିଆ କାର୍ୟ୍ୟ ତୁଲାଉଥିଲେ ।
Powered by Froala Editor