ଆର୍ଜେଣ୍ଟିନାରେ ଭୟଙ୍କର ଭୂମିକମ୍ପ

ନୂଆଦିଲ୍ଲୀ: ଉତ୍ତର ଭାରତ ସମେତ ପାକିସ୍ତାନ ଓ ଅଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ପରେ ଦକ୍ଷିଣ ଆମେରିକା ଦେଶ ଆର୍ଜେଣ୍ଟିନାରେ ଭୟଙ୍କର ଭୂମିକମ୍ପ । ବୁଧବାର ବିଳମ୍ବିତ ରାତିରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୫ ରେକର୍ଡ କରାଯାଇଛି ।ଆମେରିକା ଭୂ-ବିଜ୍ଞାନ ସର୍ବେକ୍ଷଣ ସଂସ୍ଥାର ସୂଚନା ମୁତାବକ, ଆର୍ଜେଣ୍ଟିନାର ଆଣ୍ଟୋନିଓ-ଡି-ଲାଁସ କୋବର୍ସର ଉତ୍ତର-ପଶ୍ଚିମରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତିବ୍ରତା ୬.୫ ରେକର୍ଡ କରାଯାଇଥିବା ବେଳେ ଏହାର କେନ୍ଦ୍ରସ୍ଥଳି ଆଣ୍ଟୋନିଓ-ଡି-ଲାଁସ କୋବର୍ସର ଠାରୁ ୮୪ କିଲୋମିଟର ଦୂରରେ ରହିଛି । ସେହିପରି ପ୍ରାନ୍ତୀୟ ରାଜଧାନୀ ସୈନ ସଲ୍ଓ୍ବାଡୋର-ଡି-ଜୁଜୁୟ ଠାରୁ ୧୪୭ କିଲୋମିଟର ଦୂରରେ ରହିଥିବା ବେଳେ ଭୂପୃଷ୍ଠରୁ ୨୦୬ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ରସ୍ଥଳି ରହିଛି । ସ୍ଥାନୀୟ ସମୟ ଦିନ ଗୋଟାଏ ଭୂମିକମ୍ପ ଅନୁଭୂତ ହୋଇଥିଲା ।
ଚିଲିରେ ମଧ୍ୟ ଭୂମିକମ୍ପ ଝଟକା ଲାଗିଛି । ଭୂକମ୍ପ ପୂର୍ବରୁ ଜୁଜୁୟ ବାସିନ୍ଦା ମୋବାଇଲ୍ ଫୋନ୍ ମାଧ୍ୟମରେ ସତର୍କ କରାଯାଇଥିଲା । ଭୂମିକମ୍ପରେ ବର୍ତ୍ତମାନ ସୁଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ହେଲେ ଭୂକମ୍ପ ପରେ ଭୟଭୀତ ହୋଇଛନ୍ତି ସ୍ଥାନୀୟ ଲୋକ ।
Powered by Froala Editor