ଏଭରେଷ୍ଟକୁ ମାଡ଼ିଲା କରୋନା : ୧୦୦ରୁ ଊର୍ଦ୍ଧ୍ୱ ପର୍ବତାରୋହୀ ପଜିଟିଭ

ଏଭରେଷ୍ଟର ସର୍ବୋଚ୍ଚ ଶିଖରରେ ବି ମାଡି ଚାଲିଲାଣି କରୋନାର କାୟା । ଜଣେ ପର୍ବତାରୋହୀଙ୍କ ସୂଚନା ଅନୁଯାୟୀ ଏବେ ସୁଦ୍ଧା ୧୦୦ରୁ ଊର୍ଦ୍ଧ୍ୱ କରୋନା ପଜିିଟିଭ ହୋଇସାରିଲେଣି । ଗତ ସପ୍ତାହରେ ଅଷ୍ଟ୍ରିଆର ଲୁକାସ ଫାର୍ଟନବାକ୍ ଏକମାତ୍ର ପର୍ବତାରୋହୀ ଥିଲେ ଯିଏ ନିଜର ଏଭରେଷ୍ଟ ଅଭିଯାନକୁ ରଦ୍ଦ କରିଥିଲେ । ସେ ଶନିବାର କହିଛନ୍ତି ଯେ, ତାଙ୍କର ବିଦେଶୀ ଗାଇଡ୍ ଏବଂ ୬ ଜଣ ନେପାଳୀ ଶେରପା ଗାଇଡ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଫାର୍ଟନ୍ବାକ୍ ନେପାଳର ରାଜଧାନୀ କାଠମାଣ୍ଡୁରେ ଆସୋସିଏଟେଡ୍ ପ୍ରେସ୍ ସହ କଥାବାର୍ତ୍ତା ସମୟରେ କହିଛନ୍ତି, 'ଆମେ ଏ ମାମଲା ବିଷୟରେ ଜାଣିଛୁ । ଉଦ୍ଧାରକାରୀ ଦଳ, ବୀମା କମ୍ପାନୀ, ଡାକ୍ତର, ପର୍ବତାରୋହଣରେ ଜଡିତ ଲୋକଙ୍କଠାରୁ ଏହା ନିଶ୍ଚିତ ହୋଇଛି । ଆମ ପାଖରେ ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ତାଲିକା ମଧ୍ୟ ରହିଛି । ' ସେ ଆହୁରି କହିଛନ୍ତି, ତାଙ୍କ ପାଖରେ ଅତି କମରେ ୧୦୦ ଜଣିଆ ଏକ ତାଲିକା ଅଛି, ଯେଉଁମାନେ କୋଭିଡ ପଜିଟିଭ୍ ଚିହ୍ନଟ ହୋଇ ବେସ୍ କ୍ୟାମ୍ପରେ ଚିକିତ୍ସିତ ହେଉଛନ୍ତି । ଏହି ସଂଖ୍ୟା ୧୫୦ କିମ୍ବା ୨୦୦ ପାଖାପାଖି ମଧ୍ୟ ହୋଇପାରେ ।
ହେଲେ ନେପାଳର ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି । ନେପାଳର ପର୍ବତାରୋହଣ ବିଭାଗ ସହ ଜଡିତ ଅଧିକାରୀମାନେ ଏହି ସଂସ୍କରଣରେ ବେସ୍ କ୍ୟାମ୍ପରେ ଥିବା ପର୍ବତାରୋହୀ ଏବଂ ସହକର୍ମୀଙ୍କ ନିକଟରେ କରୋନା ପଜିଟିଭ ମାମଲାକୁ ଅସ୍ୱୀକାର କରିଛନ୍ତି ।
Powered by Froala Editor