ତରଭା ନିକଟରେ ହାତୀ ଛୁଆର ଦେହାବଶେଷ ଠାବ
ଅନୁଗୁଳ: ଅନୁଗୁଳ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପମ୍ପାସର ରେଞ୍ଜ ତରଭା ନିକଟରେ ଏକ ହାତୀ ଛୁଆର ଦେହାବଶେଷ ଠାବ ହୋଇଛି। ଦେହାବଶେଷ ଠାବ ହୋଇଥିବା ହାତୀର ବୟସ ଆନୁମାନିକ ୮ବର୍ଷ ହେବ। ତେବେ ହାତୀଟିର ମୃତ୍ୟୁ କିପରି ହୋଇଛି ତାହା ସ୍ପଷ୍ଟ ହୋଇ ପାରି ନାହିଁ । ଘଟଣାସ୍ଥଳକୁ କେବଳ ହାତୀର ଚମଡ଼ା ଓ ହାଡ଼ ଜବତ ହୋଇଛି। ବ୍ୟବଚ୍ଛଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନବିଭାଗ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।
ଏନେଇ ଅନୁଗୁଳ ଡିଏଫଓ କହିଛନ୍ତି, ହାତୀର ଦେହାବଶେଷ ନିକାଞ୍ଚନ ଜାଗାରୁ ଉଦ୍ଧାର ହୋଇଛି। ଉକ୍ତ ସ୍ଥାନର ଚାରିପଟେ ପାହାଡ଼ ଥିବାରୁ ସେଠାକୁ ବେଶି ଯାତାୟତ ହୋଇପାରେନି। ଗତକାଲି ବନ କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ହାତୀର ଦେହାବଶେଷ ଠାବ କରିଥିଲେ। ହାତୀର କେବେ ମୃତ୍ୟୁ ହୋଇଛି ତାହା ଜଣି ପଡ଼ି ନାହିଁ। ଶବ ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।
Powered by Froala Editor