ଏଇଠି ଲ୍ୟାଣ୍ଡଫଲ କରିବ ‘ୟଶ’

ଭୁବନେଶ୍ୱର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଲଘୁଚାପର ରୂପ ନେଇଥିଲାବେଳେ ଉକ୍ତ ଲଘୁଚାପ ଆଜି ୱେଲମାର୍କଡରେ ପରିଣତ ହୋଇଥିଲା । ଏନେ ଏହା ଅବପାତ ରୂପ ନେଇଛି । ଏଥିସହ ବାତ୍ୟା ‘ୟଶ’ କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଜଣାପଡ଼ିଛି ।
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସଂଲଗ୍ନ ଅଞ୍ଚଳରେ ଶୁକ୍ରବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଲଘୁଚାପର ରୂପ ନେଇଥିଲା । ତେବେ ଉକ୍ତ ଲଘୁଚାପ ଆଜି ୱେଲମାର୍କଡରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟାରେ ୱେଲମାର୍କଡ ଲୋ ପ୍ରେସର ଅବପାତ ରୂପ ନେବ । ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖରେ ସାମୁଦ୍ରିକ ଝଡ଼ ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ । ବାତ୍ୟା ‘ୟଶ’କୁ ନେଇ ଏବେ ସମସ୍ତେ ତପôର ।
ବାତ୍ୟା ଦ୍ୱାରା ମୁଖ୍ୟତଃ ୪ଟି ଜିଲ୍ଲା ଅଧିକ ପ୍ରଭାବିତ ହେବ । ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ଅବପାତ ରୂପ ନେବା ପରେ ଟ୍ରାକ ରେକର୍ଡ ସୃଷ୍ଟି ହେବ । ୨୪ ତାରିଖ ସନ୍ଧ୍ୟାରୁ ୪୦ରୁ ୫୦, ୨୫ ତାରିଖରୁ ୫୦ରୁ ୬୦ କିମି ବେଗରେ ପବନ ବୋହିବ । ୨୬ ତାରିଖରେ ୧୦୦ରୁ ୧୧୦ କିମି ବେଗରେ ପବନ ବହିବ । ଉତ୍ତର ଓଡ଼ିଶା ଉପକୂଳ, ପଶ୍ଚିମବଙ୍ଗ,ବାଲାଂଦେଶ ଦେଇ ସ୍ଥଳଭାଗ ଛୁଇଁବ । ଏହାର ପ୍ରଭାବରେ ଉତ୍ତର ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରେ ପ୍ରବଳ ବର୍ଷିବ । ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ବି ପ୍ରବଳ ବର୍ଷା ହେବ । ତେବେ ବାତ୍ୟା ଦ୍ୱାରା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଅଧିକ ପ୍ରଭାବିତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।
Powered by Froala Editor