ବାହାଘରର ୫ ଦିନ ପରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ
ଘଟଗାଁ : ବାହାଘରର ୫ ଦିନ ପରେ ମିଳିଲା ଯୁବକଙ୍କ ମୃତଦେହ । ଗାଁ ପାଖ ଜଙ୍ଗଲରୁ ମିଳିଛି ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ମୃତ ଯୁବକ ହେଲେ କାଳିମାଟି ଗାଁର ନିର୍ମଳ ସାହୁ ।
ନିର୍ମଳ ଗତ ୧୦ ମାର୍ଚ୍ଚରେ ବିବାହ କରିଥିଲେ । ମାର୍ଚ୍ଚ ୧୩ରେ ନିର୍ମଳଙ୍କର ଚତୁର୍ଥୀ ସରିଥିଲା । ହେଲେ ଚତୁର୍ଥୀ ପର ଦିନ ମାନେ ୧୪ ମାର୍ଚ୍ଚ ଦିନ ସକାଳୁ ବଗିଚାକୁ ପିଆଜ ଆଣିବାକୁ ଯାଉଛି ବୋଲି କହିଥିଲେ । ହେଲେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା ।
ଶେଷରେ ବୁଧବାର ଦିନ ଗାଁ ପାଖ ଜଙ୍ଗଲରୁ କିଛି ଲୋକେ ମହୁଲ ଗୋଟାଇବାକୁ ଯାଇଥିଲା । ମହୁଲ ଗୋଟାଇବା ବେଳେ ସେମାନେ ନିର୍ମଳଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ । ନିର୍ମଳ ବେକରେ ନିଜେ ପିନ୍ଧିଥିବା ଲୁଙ୍ଗିକୁ ବେକରେ ବାନ୍ଧି ଆତ୍ମହତ୍ୟା କରିଛନ୍ତି । ଏହାପରେ ଗାଁଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି ।
Powered by Froala Editor