ହୀରା ବ୍ୟବସାୟୀଙ୍କ ଝିଅକୁ ବିବାହ କରିବେ ଗୌତମ ଆଦାନୀଙ୍କ ସାନ ପୁଅ

ଗୌତମ ଆଦାନୀଙ୍କ ସାନ ପୁଅ ଜିତ୍ ଆଦାନୀଙ୍କର ଦିଭା ଜେମିନ ଶାହଙ୍କ ସହ ନିର୍ବନ୍ଧ ହୋଇଯାଇଛି। ଗୁଜରାଟ ଅହମ୍ମଦାବାଦରେ ହୋଇଥିବା ଏହି ନିର୍ବନ୍ଧ ଉତ୍ସବରେ କେବଳ ଆଦାନୀଙ୍କ ନିକଟତମ ବନ୍ଧୁବାନ୍ଧବ ଓ ପରିବାର ସଦସ୍ୟ ଯୋଗ ଦେଇଥିଲେ। ଖୁବଶୀଘ୍ର ସେ ବିବାହ କରିବେ ବୋଲି ଜଣାପଡ଼ିଛି। ତେବେ ବିବାହ ତାରିଖ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।
ଗୌତମ ଅଦାନୀଙ୍କର ଦୁଇଟି ପୁଅ ଅଛନ୍ତି। ବଡ ପୁଅଙ୍କ ନାମ କରଣ ଅଦାନୀ ଏବଂ ସାନପୁଅଙ୍କ ନାଁ ହେଉଛି ଜିତ୍ ଅଦାନୀ। ସାନପୁଅ ଜିତ୍ ଅଦାନୀ ପେନସିଲଭାନିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି। ୨୦୧୯ ମସିହାରେ ଜିତ୍ ଭାରତ ଫେରି ବାପାଙ୍କ ବ୍ୟବସାୟ ସମ୍ଭାଳିବା ଆରମ୍ଭ କରିଥିଲେ । ଏବେ ସେ ଅଦାନୀ ଗ୍ରୁପରେ ଉପସଭାପତି ଭାବେ କାମ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ହୀରା ବ୍ୟବସାୟୀ ଜେମିନ ଶାହଙ୍କ ଝିଅ ହେଉଛନ୍ତି ଦିଭା।
Powered by Froala Editor