ବେଦୀରେ ଶୋଇଗଲା ବର, କନ୍ୟା ଭାଙ୍ଗିଦେଲା ବାହାଘର
ସବୁ ଆୟୋଜନ ସରିଥିଲା । କନ୍ୟା ପ୍ରସ୍ତୁତ ହୋଇ ବସିଥିଲା ବେଦୀରେ । ହେଲେ ବର ଶୋଇପଡିଲା । ନିଦ ଆସିଲା ବୋଲି ଭାବୁଛନ୍ତି କି? ନା ନା ବର ଫୁଲ୍ ନିଶାରେ ଟଳମଳ ହେଉଥିଲା । ବେଦୀରେ ବସୁ ବସୁ ଶୋଇପଡିଲା । ଏଭଳି ଅବସ୍ଥା ଦେଖି କନ୍ୟା ବେଦୀରୁ ଉଠି ବାହାଘର ଭାଙ୍ଗି ଦେଇଥିବା ଜଣାପଡିଛି । ଏ ଘଟଣା ଆସିଛି ଆସାମର ନାଲବାରୀ ଜିଲ୍ଲାରୁ ।
ଭିଡିଓରେ ଦେଖିବାକୁ ମିଳୁଛି ଯେ, ବରଙ୍କୁ ଏତେ ନିଶା ଘାରିଛି ଯେ, ବିବାହ ବେଦୀକୁ ସେ ନିଜର ବେଡ ରୁମ ଭାବି ନେଇଛନ୍ତି । ସେ ସମୟରେ ବର ପ୍ରବଳ ନିଶାରେ ଥିବାର ଦେଖାଯାଉଥିଲା ଏବଂ ରୀତିନୀତି କରିବା କଷ୍ଟକର ହୋଇପଡିଥିଲା। ଯେତେବେଳେ ପଣ୍ଡିତ ତାଙ୍କୁ ବିବାହ ପାଇଁ ତାଙ୍କର ମନ୍ତ୍ର ଦୋହରାଇବାକୁ କହିଥିଲେ ବର ସେତିକି ମଧ୍ୟ କରି ପାରି ନଥିଲେ। ଶେଷରେଚଟାଣରେ ଶୋଇପଡ଼ିଥିଲେ।
ଏଭଳି ଘଟଣାକୁ ନେଇ କନ୍ୟା ପକ୍ଷର ଜଣେ ସମ୍ପର୍କୀୟ କହିଛନ୍ତି, ବିବାହ ଭଲ ଚାଲିଥିଲା। ଆମେ ସମସ୍ତ ରୀତିନୀତି କରିଥିଲୁ। ବିବାହ ସମାପ୍ତ କରିବାକୁ ଆମ ପରିବାର ଯଥାସମ୍ଭବ ଚେଷ୍ଟା କରିଥିଲେ। ପରିସ୍ଥିତି ଖରାପ ହୋଇଯାଇଥିଲା ଯେ, ଝିଅ ବିବାହ ପାଇଁ ବସିବାକୁ ମନା କରି ଦେଇଥିଲା। ବର ପରିବାରର ପ୍ରାୟ ୯୫% ଲୋକେ ମଦ୍ୟପ ଥିଲେ। ଏହାପରେ ଆମେ ଗାଁ ମୁଖିଆଙ୍କ ସହ ଯୋଗାଯୋଗ କରି ପୋଲିସକୁ ଜଣାଇଥିଲୁ।
ସମ୍ପର୍କୀୟ ଆହୁରି ମଧ୍ୟ କହିଛନ୍ତି ଯେ, ବର କାରରୁ ମଧ୍ୟ ବାହାରି ପରି ନଥିଲା ଏବଂ ତାଙ୍କ ପିତା ଆହୁରି ମଦ୍ୟପାନ କରିଥିଲେ। ଏହି ବିଚିତ୍ର ଘଟଣା ପରେ ଝିଅର ପରିବାର ନାଲବାରୀ ପୋଲିସ ଷ୍ଟେସନରେ ବିବାହ ପାଇଁ କ୍ଷତିପୂରଣ ଦାବିରେ ଅଭିଯୋଗ କରିଥିଲେ।
Powered by Froala Editor