ରିଲିଫ କମିଶନରଙ୍କ ବାଲେଶ୍ୱର ଗସ୍ତ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସଂଲଗ୍ନ ଅଞ୍ଚଳରେ ଶୁକ୍ରବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଲଘୁଚାପର ରୂପ ନେଇଥିଲା । ତେବେ ଉକ୍ତ ଲଘୁଚାପ ଆଜି ୱେଲମାର୍କଡରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟାରେ ୱେଲମାର୍କଡ ଲୋ ପ୍ରେସର ଅବପାତ ରୂପ ନେବ । ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖରେ ସାମୁଦ୍ରିକ ଝଡ଼ ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଅତି ଭୀଷଣ ବାତ୍ୟାରେ ପଣିଣତ ହେବ । ବାତ୍ୟା ‘ୟଶ’କୁ ନେଇ ଏବେ ସମସ୍ତେ ତପôର । ଏହାରି ଭିତରେ ବାତ୍ୟା ମୁକାବିଲା ପ୍ରସ୍ତୁତି ତଦାରଖ ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ବାଲେଶ୍ୱର ଗସ୍ତ କରିଥିବା ଜଣାଯାଇଛି । ବାତ୍ୟା ପୂର୍ବରୁ ପ୍ରସ୍ତୁତି ନେଇ ଏସଆରସି ଶ୍ରୀ ଜେନା ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଜିଲ୍ଲାପାଳଙ୍କ ଅଫିସରେ ଭିଡିଓ କନଫରେନ୍ସିଂ ଜରିଆରେ ଏସଆରସି ବାତ୍ୟା ମୁକାବିଲା ପାଇଁ ନିଆଯାଇଥିବା ପ୍ରସ୍ତୁତି ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ବ୍ଲକ ଓ ପଞ୍ଚାୟତସ୍ତରରେ ଥିବା ଅଧିକାରୀଙ୍କ ସହ ଏସଆରସି ଶ୍ରୀ ଜେନା ବିଚାରବିମର୍ଶ କରିଛନ୍ତି । ଏହି ଅବସରରେ ଜିରୋ କାଜୁଆଲଟିକୁ ପ୍ରାଥମିକତା ଦିଆଯିବାକୁ ଏସଆରସି ଗୁରୁତ୍ୱାରୋପ କରିଛନ୍ତି ।
Powered by Froala Editor