ଲଘୁଚାପ ୱେଲମାର୍କଡରେ ପରିଣତ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସଂଲଗ୍ନ ଅଞ୍ଚଳରେ ଶୁକ୍ରବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଲଘୁଚାପର ରୂପ ନେଇଥିଲା । ତେବେ ଉକ୍ତ ଲଘୁଚାପ ଆଜି ୱେଲମାର୍କଡରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟାରେ ୱେଲମାର୍କଡ ଲୋ ପ୍ରେସର ଅବପାତ ରୂପ ନେବ । ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖରେ ସାମୁଦ୍ରିକ ଝଡ଼ ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଅତି ଭୀଷଣ ବାତ୍ୟାରେ ପଣିଣତ ହେବ ।
ଶନିବାର ଆଇଏମଡି ମହାନିଦେ୍ର୍ଧଶକ ମୃତୁ୍ୟଞ୍ଜୟ ମହାପାତ୍ର କହିଥିଲେ ଯେ, ବାତ୍ୟା ଉପକୂଳ ଛୁଇଁବା ବେଳକୁ ପବନର ବେଗ ୧୨୦ରୁ ୧୬୫ କିମି ରହିବ । ସ୍ଥଳ ବିଶେଷରେ ମଝିରେ ମଝିରେ ପବନର ବେଗ ୧୮୫ କିମି ଛୁଇଁପାରେ । ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ-ବାଂଲଶଦେଶ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବ । ନିର୍ଦ୍ଧିଷ୍ଟ କେଉଁଠି ସ୍ଥଳଭାଗ ଛୁଇଁବ ତାହା କାଲି ଅବପାତ ହେଲା ପରେ ସ୍ପଷ୍ଟ ହେବ । ବାତ୍ୟା ପ୍ରଭାବରେ ୨୫ ତାରିଖ ଅପରାହ୍ନରୁ ବର୍ଷା ଆରମ୍ଭ ହୋଇଯିବ । ଉତ୍ତର ଓଡ଼ିଶା ସହ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଯିବ । ୨୪ ତାରିଖ ସନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ ୪୦ରୁ ୫୦ କିମି ବେଗରେ ପବନ ବହିବ । ୨୫ ତାରିଖ ସକାଳୁ ୫୦ରୁ କିମି ପବନର ବେଗ ବଢିବ ବୋଲି ଆଇଏମଡି ମହାନିଦେ୍ର୍ଧଶକ ମୃତୁ୍ୟଞ୍ଜୟ ମହାପାତ୍ର କହିଥିଲେ ।
Powered by Froala Editor