ଆଜି ଲୋକାର୍ପଣ ହେବ ବିଜୁ ପଟ୍ଟନାୟକଙ୍କ ପ୍ରିୟ ଡାକୋଟା
ଭୁବନେଶ୍ୱର: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରିୟ ଡାକୋଟା ଲୋକାର୍ପଣ ହେବ । ପଞ୍ଚାୟତିରାଜ ଦିବସ ତଥା ବିଜୁଙ୍କ ଜନ୍ମତିଥିରେ ଡାକୋଟାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ । ମୁଖ୍ୟମନ୍ତ୍ରୀ ପ୍ରଥମେ ସକାଳ ୯ଟା ୧୫ରେ ବିଧାନସଭା ପରିସର ବିଜୁବାବୁଙ୍କ ପ୍ରତିମୂତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିବେ । ପରେ ସକାଳ ୯ଟା ୨୫ରେ ଡାକୋଟାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ।
ବିମାନବନ୍ଦର ପରିସର ଟର୍ମିନାଲ-୧ ଆଗରେ ୧.୧ ଏକର ଜାଗାରେ ବିଜୁଙ୍କ ଡାକୋଟା ଶୋଭା ପାଇବ । ଦେଶ ବିଦେଶରୁ ଆସୁଥିବା ପର୍ୟ୍ୟଟକ ଓ ଲୋକଙ୍କ ପାଇଁ ଏହା ଅନ୍ୟତମ ଆକର୍ଷଣ ସାଜିବ । ଡାକୋଟା ହିଁ କହିବ ବିଜୁ ବାବୁଙ୍କ ବୀରତ୍ୱର କାହାଣୀ । ନୂଆପିଢ଼ିମାନେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୀବନୀ, ଇଣ୍ଡୋନେସିଆରେ ବିଜୁଙ୍କ ବୀରତ୍ୱ ଗାଥା ବାବଦରେ ଜାଣିପାରିବେ ।
Powered by Froala Editor