ଭଗବାନ ବିଠଲଙ୍କ ଗମ୍ଭୀରାରୁ କୁଆଡେ ଗଲା ୧ ଟନ୍ ଅଙ୍ଗୁର?

ଏ ଘଟଣା ଶୁଣିଲେ ଆପଣ ବି ଥରୁଟେ ଭାବିବେ ‘ଭଗବାନ ଅଛନ୍ତି ।’ ହଁ ଏମିତି ଏକ ଆଲୌକିକ ଘଟଣା ଘଟିଛି ମହାରାଷ୍ଟ୍ରର ପଣ୍ଢରପୁରସ୍ଥିତ ବିଥୁରୟା ମନ୍ଦିରରେ ଘଟିଛି।
ଶୁକ୍ରବାର ଅମଲାକୀ ଏକାଦଶୀ ଲାଗି ମନ୍ଦିରକୁ ଆକର୍ଷକ ଭାବେ ସଜା ଯାଇଥିଲା। କେବଳ ବିଠଲ-ରୁକ୍ମିଣୀ ଗମ୍ଭୀରାକୁ ସଜେଇବା ପାଇଁ ୧ ଟନ ଅଙ୍ଗୁର ବ୍ୟବହାର କରାଯାଇଥିଲା। ତେବେ ସଜାଇବାରେ ବ୍ୟବହାର ହୋଇଥିବା ୧ ଟନ ଅଙ୍ଗୁର ମାତ୍ର ଅଧଘଣ୍ଟାରେ ଗମ୍ଭିରାରୁ ଉଭାନ ହୋଇଯାଇଛି।
ଶୁକ୍ରବାର ସନ୍ଧ୍ୟାରେ ଠାକୁରଙ୍କ ଶୃଙ୍ଗାର ପରେ ଭକ୍ତଙ୍କ ଦର୍ଶନ ଲାଗି ୬ଟା ବେଳେ ମନ୍ଦିରର କବାଟ ଫିଟିଲା। ମନ୍ଦିର ଗମ୍ଭିରାରେ ଗୋଟିଏ ବି ଅଙ୍ଗୁର ଦାନା ନଥିଲା। ଏହି ଘଟଣାକୁ ଏପର୍ଯ୍ୟନ୍ତ ମନ୍ଦିରର ପୂଜାରୀଙ୍କ ସମେତ ଦର୍ଶନ ଲାଗି ଠୁଳ ହୋଇଥିବା ଭକ୍ତ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇପଡିଛନ୍ତି। ତେବେ କେବଳ ମନ୍ଦିର ଗମ୍ଭିରା ନୁହେଁ ଆଖପାଖ ଅଞ୍ଚଳରୁ ମଧ୍ୟ ଅଙ୍ଗୁର ଉଭାନ ହେବା ଘଟଣା ଚର୍ଚ୍ଚା ହୋଇଛି।
Powered by Froala Editor