ସୋନିଆ ଗାନ୍ଧୀଙ୍କୁ ଜ୍ୱର, ହସ୍ପିଟାଲରେ ଭର୍ତ୍ତି

ଜ୍ବରରେ ପୀଡ଼ିତ ହେବାରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀସ୍ଥିତ ‘ସାର୍ ଗଙ୍ଗା ରାମ୍ ହସ୍ପିଟାଲ୍’ରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।
ଏବେ ୭୬ ବର୍ଷୀୟ ସୋନିଆ ଗାନ୍ଧୀ ଡାକ୍ତରମାନଙ୍କ ତତ୍ତ୍ବାବଧାନରେ ଅଛନ୍ତି ଓ ତାଙ୍କର ପରୀକ୍ଷାନିରୀକ୍ଷା ଚାଲିଛି। ହୃଦରୋଗ ଚିକିତ୍ସା ବିଭାଗର ପରାମର୍ଶଦାତା ଡ.ଅରୁପ ବସୁଙ୍କ ନେତୃତ୍ୱରେ ଏକ ଟିମ ତାଙ୍କର ଚିକିତ୍ସା କରୁଛି।
ପୂର୍ବରୁ ମଧ୍ୟ ଅସୁସ୍ଥତା ପାଇଁ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସୋନିଆ ଗାନ୍ଧିଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଅନେକ ଦିନ ହେବ ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ରହୁନାହିଁ। ଏହା ପୂର୍ବରୁ ମଧ୍ୟ ସୋନିଆ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।
Powered by Froala Editor