ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଗୁରୁବାର ସକାଳୁ ତାଲିମ କେନ୍ଦ୍ରର ଛାତ୍ରୀ ନିବାସରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ଛାତ୍ରୀ ଜଣକ ତାଲିମ କେନ୍ଦ୍ରରେ ଫ୍ରିଜ୍ ଓ ଶୀତତାପ ନିୟନ୍ତ୍ରଣ ବିଭାଗର ଦ୍ଵିତୀୟ ବର୍ଷରେ ଅଧ୍ୟୟନ କରୁଥିଲେ । ମୃତ ଛାତ୍ରୀଙ୍କ ନାମ ନାଗେଶ୍ଵରୀ ଗଣ୍ଡ । ଛାତ୍ରୀ ଜଣଙ୍କ ରାଇଘର ବ୍ଲକ ସଲେଭାଟା ଗ୍ରାମର ବୋଲି ଜଣାପଡିଛି । ସେ ହଷ୍ଟେଲର ରୁମ୍ ନମ୍ବର-୨ରେ ରହୁଥିଲେ । ମୃତ ଛାତ୍ରୀଙ୍କ ସହ ଆଉ ଦୁଇ ଜଣ ଛାତ୍ରୀ ବି ରହୁଥିଲେ । ଅନ୍ୟ ଦୁଇ ଛାତ୍ରୀ ବୁଧବାର ରାତିରେ ପାଠ ପଢ଼ିବା ପାଇଁ ଅନ୍ୟ ଛାତ୍ରୀଙ୍କ ନିକଟକୁ ଯାଇଥିଲେ ।
ତେବେ ଛାତ୍ରୀ ଜଣଙ୍କ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ମୃତ୍ୟୁ ଅନ୍ୟ କେଉଁ କାରଣରୁ ଘଟିଛି ତାହା ସ୍ପଷ୍ଟ ଜଣାପଡିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Powered by Froala Editor