ଆଜି ୩ ରାଜ୍ୟରେ ଭୋଟ ଗଣତି
ନୂଆଦିଲ୍ଲୀ: ଉତ୍ତରପୂର୍ବର ୩ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଏବଂ ମେଘାଳୟରେ ବିଧାନସଭା ନିର୍ବାଚନ ଶେଷ ହୋଇଥିବାବେଳେ ଗୁରୁବାର ଭୋଟଗଣତି ହେବ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ପ୍ରଥମ ପୋଷ୍ଟଲ ବାଲାଟ୍ ପରେ ଇଭିଏମ୍ରେ କାଉଣ୍ଟିଂ ଆରମ୍ଭ ହେବ।
ଫେବ୍ରୁଆରୀ ୧୬ରେ ତ୍ରିପୁରା ଏବଂ ୨୭ରେ ନାଗାଲାଣ୍ଡ ଓ ମେଘାଳୟର ମୋଟ ୧୭୮ଟି ଆସନରେ ଭୋଟିଂ ହୋଇଥିଲା । ବୁଥ ବାହୁଡ଼ା ମତ ବା ଏକ୍ଜିଟ୍ ପୋଲ ଅନୁସାରେ, ଉତ୍ତରପୂର୍ବରେ ବିଜେପିର ଶକ୍ତି ବଢ଼ିବ । ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି ଅନ୍ୟ ଦଳ ସହ ମିଶି ମେଣ୍ଟ ସରକାର ଗଢ଼ିବ ଏବଂ ମେଘାଳୟରେ କଡ଼ା ଟକ୍କର ଯୋଗୁ ଝୁଲା ସରକାର ଆସିପାରେ ବୋଲି ଏକ୍ଜିଟ୍ ପୋଲ ଅନୁମାନ କରିଛି ।
Powered by Froala Editor