ବାତ୍ୟା ପାଇଁ ବାତିଲ ହେଲା ଆଉ ୧୬ ଟ୍ରେନ୍

ବାତ୍ୟା ‘ୟାସ୍’ ପାଇଁ ପୂର୍ବରୁ ୭୪ଟି ଟ୍ରେନ୍କୁ ବାତିଲ କରିଥିଲା ରେଳ ବିଭାଗ । ଏବେ ଆଉ ୧୬ଟି ଟ୍ରେନ୍ର ଯାତ୍ରା ବାତିଲ କରିଛି। ରେଳ ବିଭାଗ ମୋଟ୍ ୯୦ ଟ୍ରେନ୍ର ଯାତ୍ରା ବାତିଲ ରହିଛି। ମେ’ ୨୩ ତାରିଖ ମୟିସୁରରୁ ଛାଡ଼ୁଥିବା ମୟିସୁର-ହାଓଡ଼ା ସ୍ପେଶାଲ୍ ଟ୍ରେନ୍କୁ ବାତିଲ କରାଯାଇଛି। ୨୫ ତାରିଖରେ ହାଓଡା-ଭାସ୍କୋଡ଼ାଗାମା-ହାଓଡ଼ା ଟ୍ରେନ୍ ଉଭୟ ପାର୍ଶ୍ୱରୁ ବାତିଲ ହୋଇଛି।
ମେ’ ୨୪ ତାରିଖରୁ ଗୌହାଟିରୁ ଛାଡ଼ୁଥିବା ଗୌହାଟି- ଯଶ଼ବନ୍ତପୁର ସ୍ପେଶାଲ୍ ଟ୍ରେନ୍କୁ ବାତିଲ କରାଯାଇଛି। ମେ’ ୨୪ ତାରିଖରେ ଏର୍ଣ୍ଣାକୁଲମରୁ ଛାଡ଼ୁଥିବା ଏର୍ଣ୍ଣାକୁଲମ୍-ହାଓଡ଼ା ସ୍ପେଶାଲ୍ ଟ୍ରେନ୍କୁ ବାତିଲ କରାଯାଇଛି। ମେ’ ୨୪ ତାରିଖରେ ୟସୋବନ୍ତପୁରରୁ ଛାଡ଼ୁଥିବା ୟସୋବନ୍ତପୁର-ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ୍କୁ ବାତିଲ କରାଯାଇଛି। ମେ’ ୨୪ ତାରିଖରେ ଚେନ୍ନାଇରୁ ଛାଡ଼ୁଥିବା ଚେନ୍ନାଇ-ପୁରୀ ସ୍ପେଶାଲ୍ ଟ୍ରେନ୍କୁ ବାତିଲ କରିଛି ରେଳ ବିଭାଗ।
ସେହିପରି ମେ’ ୨୫ ତାରିଖରେ ହାଓଡ଼ାରୁ ଛାଡ଼ୁଥିବା ହାଓଡ଼ା-ଯଶ଼ବନ୍ତପୁର ସ୍ପେଶାଲ୍ ଟ୍ରେନ୍ ବାତିଲ କରାଯାଇଛି। ମେ’ ୨୫ ତାରିଖରେ ଅଗରତାଲା-ବାଙ୍ଗାଲୁରୁ କେଣ୍ଟ-ଅଗରତାଲା ସ୍ପେଶାଲ୍ ଟ୍ରେନ ଉଭୟ ପାର୍ଶ୍ୱରୁ ବାତିଲ କରାଯାଇଛି। ମେ’ ୨୬ ତାରିଖରେ ଗୌହାଟିରୁ ଛାଡ଼ୁଥିବା ଗୌହାଟି-ସିକନ୍ଦରାବାଦ ସ୍ପେଶାଲ୍ ଟ୍ରେନ୍କୁ ବାତିଲ କରାଯାଇଛି। ମେ’ ୨୬ ତାରିଖରେ ପୁରୁଳିଆରୁ ଛାଡ଼ୁଥିବା ପୁରୁଳିଆ-ଭିଲ୍ଲୁପୁରମ୍ ସ୍ପେଶାଲ୍ ଟ୍ରେନ୍କୁ ବାତିଲ କରାଯାଇଛି।
ମେ’ ୨୫ ତାରିଖରୁ ଭିଲ୍ଲୁପୁରମରୁ ଛାଡ଼ୁଥିବା ଭିଲ୍ଲୁପୁରମ୍-ଖଡ଼ଗପୁର ସ୍ପେଶାଲ୍ ଟ୍ରେନ୍ ଓ ୨୭ ତାରିଖରେ ଖଡ଼ଗପୁରରୁ ଛାଡ଼ୁଥିବା ଖଡ଼ଗପୁର-ଭିଲ୍ଲୁପୁରମ୍ ସ୍ପେଶାଲ୍ ଏକ୍ସପ୍ରେସ୍କୁ ବାତିଲ କରାଯାଇଛି।
ହାଓଡ଼ା ଓ ହାଇଦ୍ରାବାଦ ଭିତରେ ଚାଲୁଥିବା ହାଓଡ଼ା-ହାଇଦ୍ରାବାଦ ସ୍ପେଶାଲ୍ ଟ୍ରେନ୍କୁ ବାତିଲ କରାଯାଇଛି। ୨୫, ୨୬ ଓ ୨୭ ତାରିଖରେ ହାଓଡ଼ାରୁ ଛାଡ଼ୁଥିବା ଏହି ଟ୍ରେନ୍ ବାତିଲ ହୋଇଛି। ସେହିପରି ୨୪, ୨୫ ଓ ୨୬ ତାରିଖରେ ହାଇଦ୍ରାବାଦରୁ ଛାଡ଼ୁଥିବା ଏହି ଟ୍ରେନ୍କୁ ମଧ୍ୟ ବାତିଲ କରାଯାଇଛି।
Powered by Froala Editor