୫-ଟି ସଚିବଙ୍କୁ ଏଫଆଇଏଚ୍ ପ୍ରେସିଡେଣ୍ଟ ଆଓ୍ଵାର୍ଡ

ଓଡିଶାରେ ହକିର ବିକାଶ ଏବଂ ପ୍ରଚାର ପ୍ରସାରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିୟାନଙ୍କୁ ଅନ୍ତର୍ଜାତୀୟ ହକି ଫେଡେରେସନ ସମ୍ମାନଜନକ ପ୍ରେସିଡେଣ୍ଟସ ସମ୍ମାନରେ ସମ୍ମାନିତ କରିଛି । ଭର୍ଚୁଆଲରେ ଆୟୋଜନ ହୋଇଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭି. କେ ପାଣ୍ଡିୟାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ରାଜ୍ୟରେ ହକିର ପ୍ରଚାର ପ୍ରସାର ପାଇଁ ସରକାରୀ ସ୍ତରରେ ଯଥେଷ୍ଟ ଉଦ୍ୟମ କରାଯାଇଛି । ଭାରତୀୟ ହକି ଦଳର ପ୍ରୟୋଜକ ଭାବେ ଓଡିଶା ଥିବା ବେଳେ, ୨୦୨୩ରେ ହକି ବିଶ୍ୱକପ ପାଇଁ ଓଡିଶା ପ୍ରସ୍ତୁତି କରୁଛି । ୨୦୧୪ରେ କଳିଙ୍ଗ ଷ୍ଟାଡିୟମରେ ହକି ଚାମ୍ପିୟନସ ଟ୍ରଫି, ୨୦୧୭ରେ ହକି ୱାର୍ଲଡ ଲିଗର ଆୟୋଜନ କରି ହକି ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଛି ଓଡିଶା । ସେହିଭଳି ରାଉରକେଲାରେ ଏକ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପାଇଁ ମଧ୍ୟ ସରକାର କାର୍ଯ୍ୟ ଆରମ୍ଭ କରିସାରିଛନ୍ତି । ଆଉ ଏସବୁ ପଛରେ ୫-ଟି ସଚିବଙ୍କ ଏକ ବଡ ଭୂମିକା ଥିବା ଚର୍ଚ୍ଚା ହେଉଥିଲା । ପାଣ୍ଡିଆନଙ୍କୁ ଏହି ପୁରସ୍କାର ମିଳିବା ପରେ ହକି ଇଣ୍ଡିଆ, ପାଣ୍ଡିଆନଙ୍କୁ ଅଭିନନ୍ଦନ ଜଣାଇ କହିଛି, ଏହି ସମ୍ମାନଜନକ ଆୱାର୍ଡ ପାଇବା ପାଇଁ ସେ ଯୋଗ୍ୟ ।
ଶୁକ୍ରବାର ଏଫଆଇଏଚ୍ ଦ୍ଵାରା ଭର୍ଚୁଆଲ କନଫରେନ୍ସ ଜରିଆରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପାଣ୍ଡିୟାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏଫଆଇଏଚ୍ ଓଡିଶାରେ ହକିର ବିକାଶ କ୍ଷେତ୍ରରେ ପ୍ରଶଂସନୀୟ ପଦକ୍ଷେପ ପାଇଁ ପାଣ୍ଡିୟାନଙ୍କୁ ପ୍ରଶଂସା କରିଛି। ଏନେଇ ହକି ଇଣ୍ଡିଆ ଟ୍ଵିଟ୍ କରି ଏହାର ସୂଚନା ଦେଇଛି
Powered by Froala Editor