ପିଲାଙ୍କ ପାଇଁ ଆଉ ଫିଲ୍ମ କରିବେନି ନୟନତାରା !
ସୁପରଷ୍ଟାର୍ ଅଭିନେତ୍ରୀ ନୟନତାରା ଫ୍ୟାନ୍ମାନଙ୍କୁ ଦେଇଛନ୍ତି ଜୋରଦାର ଝଟ୍କା। ନୟନତାରା ଅଭିନୟ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ ବ୍ୟକ୍ତିଗତ ଜୀବନ ଉପରେ ଫୋକସ୍ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ନିଜ ଯମଜ ସନ୍ତାନ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ଏବଂ ନୂଆ କରି ମା’ ହେବାର ଅନୁଭୂତିକୁ ଅନୁଭବ କରିବାକୁ ଚାହୁଁଛନ୍ତି। ସେ ନିଜ ପିଲାଙ୍କ ଉପରେ ଧ୍ୟାନ ଦେବାକୁ ଚାହୁଁଥିବା ରିପୋର୍ଟରେ କୁହାଯାଇଛି।
ତେବେ ନୟନତାରାଙ୍କ ତରଫରୁ ଏନେଇ କୌଣସି ସ୍ପଷ୍ଟିକରଣ ଆସିନାହିଁ। ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ମାନଙ୍କୁ ଶକ୍ତ ଝଟ୍କା ଲାଗିଛି। ତେବେ ଏହି ଖବର କେତେ ସତ କେତେ ମିଛ ତାହା ଏଯାଏଁ ଜଣାପଡି ନାହିଁ।
Powered by Froala Editor