ଏଣିକି ୱେବସାଇଟରେ ଉପଲବ୍ଧ ହେବ କରୋନା ରିପୋର୍ଟ

ଭୁବନେଶ୍ୱର: ଆଉ କରୋନା ରିପୋର୍ଟ ପାଇଁ ଲାଇନରେ ଠିଆ ହେବାକୁ ପଡ଼ିବ ନାହିଁ । ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ସରକାର ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏଣିକି ୱେବସାଇଟରେ କରୋନା ରିପୋର୍ଟ ଉପଲବ୍ଧ ହେବ । ଏନେଇ ସୂଚନା ଓ ପ୍ରଯୁକ୍ତି ସଚିବ ମନୋଜ ମିଶ୍ର ସୂଚନା ପ୍ରଦାନ କରିଛନ୍ତି । ଆଂଟିଜେନ ଓ ଆରଟିପିସିଆର ରିପୋର୍ଟ ପଜିଟିଭ ନା ନେଗେଟିଭ ୱେବସାଇଟରୁ ହିଁ ଜଣାପଡିବ ।
ଶ୍ରୀ ମିଶ୍ର କହିଛନ୍ତିଯେ, ରାଜ୍ୟ କୋଭିଡ଼ ଡ୍ୟାସ ବୋଡର଼୍ www.statedashboard.odisha.gov.in କିମ୍ବା କୋଭିଡ଼ ୧୯ ପୋର୍ଟାଲ www.covid19.odisha.gov.inରେ ଏହି ତଥ୍ୟ ଉପଲବ୍ଧ ହେବ । ୱେବସାଇଟରେ ନୋ ୟୋର ଟେଷ୍ଟ ରିପୋର୍ଟରେ କ୍ଲିକ କରିବାକୁ ପଡ଼ିବ । ସେଠାରେ ଏକ ମୋବାଇଲ ନମ୍ବର ଦେବାକୁ ପଡ଼ିବ । ଟେଷ୍ଟିଂ ବେଳେ ଯେଉଁ ମୋବାଇଲ ନମ୍ବର ଦିଆଯାଇଥିବ ସେହି ନମ୍ବର ଦେବାକୁ ପଡ଼ିବ । ଏହାପରେ ମୋବାଇଲକୁ ଓଟିପି ଆସିବ । ଓଟିପି ଦେବା ପରେ ଆପଣଙ୍କ କରୋନା ଟେଷ୍ଟ ରିପୋର୍ଟ ମିଳିଯିବ
Powered by Froala Editor