ନିଆଁରୁ ତ୍ରାହି ପାଇଲେନି ଜଳଚର, ଚିଲିକା ମଝିରେ ଜଳୁଛି ନଳଘାସ
ସବୁ ଜଙ୍ଗଲରେ ଏବେ ନିଆଁକୁ ଆୟତ୍ତ କରିବା କାଠିକର ପାଠ ହୋଇଯାଇଛି । ନିଆଁ ଯୋଗୁଁ ତାପମାତ୍ରା ବି ବଢିଚାଲିଛି । ବହୁତ ଦିନ ଧରି ବର୍ଷାର ନାଁଗନ୍ଧ ନଥିବାରୁ ନିଆଁ ପ୍ରକୋପ ବଢୁଛି । ଜଙ୍ଗଲ ବନ୍ୟଜନ୍ତୁ ବିପଦରେ ପଡୁଛନ୍ତି । ଏସବୁକୁ ରୋକିବାକୁ ସଚେତନତା କରାଯାଉଛି । ହେଲେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଯାହାକୁ ଶୁଣିଲେ ମୁଣ୍ଡରେ ହାତ ଦେବେ । ନିଆଁ ଯୋଗୁଁ ସ୍ଥଳଭାଗ ଛାଡି ଏବେ ଜଳଚର ବି ବିପଦରେ ଅଛନ୍ତି ।
ଚିଲିକାରେ ନିଆଁ ଲାଗି ଜଳିଯାଉଛି ନଳଘାସ । ବାଲୁଗାଁ ବନପ୍ରାଣୀ ବିଭାଗ ଡିଭିଜନର ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜ୍ ଅଧୀନସ୍ଥ କାଳୁପଡାଘାଟ-ସୋରଣ ଗ୍ରାମର ଚିଲିକା ମଧ୍ୟରେ ଲାଗିଛି ଏହି ନିଆଁ । ହେଲେ ଏହି ନିଆଁ କିଭଳି ଲାଗିଲା ନା' କି'ଏ ଲଗାଇ ଦେଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ନିଆଁ ଲିଭାଇବା ପାଇଁ କୌଣସି ବ୍ୟବସ୍ଥା ନାହିଁ।
ବାଲୁଗାଁ ବନ୍ୟପ୍ରାଣୀ ବିଭାଗର କହିବା ଅନୁସାରେ କୌଣସି ମତ୍ସ୍ୟଜୀବୀଙ୍କ ଜାଣତ ହେଉ ଅବା ଅସାବଧାନତା ଯୋଗୁଁ ଏହି ଅଘଟଣ ଘଟିଛି । ଚିଲିକାରେ ନିଆଁ ଲାଗିବା ଦ୍ୱାରା ଚିଲିକାର ଜୈବ ବିବିଧତା, ଜଳଚର ଜୀବ ବିଶେଷ କରି ବିଦେଶାଗତ ପକ୍ଷୀ ମାନଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି ।
Powered by Froala Editor