ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଧକ୍କା ଦେଲା ଆଇଚର, ୭ ମୃତ

ବଡ଼ଚଣା: ଦୁର୍ଘଟଣାଗସ୍ତ ଗାଡ଼ିକୁ ଧକ୍କା ଦେଲା ଆଇଚର। ସୂଚନା ମୁତାବକ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ନେଉଳପୁର ମଝିରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ପାଖରେ ଏକ ଦୁର୍ଘଟଣାର ସମ୍ମୁଖିନ ହୋଇ ଛିଡା ହୋଇଥିବା ଗାଡିକୁ ଧକ୍କା ଦେଇଛି ଆଇଚର। ଆଜି ଭୋର ୫ଟା ସମୟରେ କଲିକତା ପଟୁ ଆସୁଥିବା ଏକ ଆଇଚର ଗାଡି ଏଥିରେ ଧକ୍କା ଦେବା ଫଳରେ ଗାଡ଼ିରେ ଥିବା ୭ଜଣଙ୍କର ମୃତ୍ୟୁ ହୋଇଥିଲା।
ସୂଚନାଥାଉକି, ୨ ଦିନ ତଳେ ୧୬ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ନିକଟରେ ଏକ ଟ୍ରକରେ ନିଆଁ ଲାଗି ଜଳି ଯାଇଥିଲା। ଏହି ଟ୍ରକ ଜାତୀୟ ରାଜପଥରୁ ହଟା ଯାଇ ନଥିଲା। ତେବେ ଶନିବାର ଭୋର ସମୟରେ ଦ୍ରୁତଗତିରେ ବାଲେଶ୍ୱର ଆଡୁ ଆସୁଥିବା ଆଇଚର ଟ୍ରକଟି କୁହୁଡି ଯୋଗୁ ଭାରସାମ୍ୟ ହରାଇ ଟ୍ରକରେ ପିଟି ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ୬ଜଣ ଓ ଜଣଙ୍କର ମେଡ଼ିକାଲରେ ମୃତ୍ୟୁ ଘଟିଛି । ନିକଟସ୍ଥ ଅଗ୍ନିଶମ କର୍ମଚାରୀ ମାନେ ଘଟଣା ସ୍ଥଳେ ପହଞ୍ଚି ଗ୍ୟାସ କଟର ଦ୍ୱାରା କାଟି ମୃତ ଦେହ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣାପଡିଛି । ମୃତକଙ୍କ ପରିଚୟ ମିଳିନଥିଲେ ମଧ୍ୟ ସେମାନେ ପଶ୍ଚିମବଙ୍ଗ ଅଂଚଳର ବୋଲି ଅନୁମାନ କରାଯାଉଛି ।
Powered by Froala Editor