ଅଭାବନୀୟ ଘଟଣା: ପଥରରେ ଛେଚି ଭାଉଜକୁ ହତ୍ୟା କଲା ଦିଅର
ରା.ଉଦୟଗିରି: ଭାଉଜକୁ ପଥରରେ ଛେଚି ହତ୍ୟା କଲା ଦିଅର । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ରା.ଉଦୟଗିରି ଡାକ ବଙ୍ଗଳା ସାହିରେ । ମିଳିଥିବା ସୂଚନା ଅନୁସାରେ ମୃତକ ମାମାଲି ପାଇକ(୨୫) ଦିଅର ସୁଶାନ୍ତ ପାଇକଙ୍କ ସହ କୌଣସି କାରଣରୁ ଝଗଡ଼ା ହୋଇଥିଲା। ହାତାହାତି ହେଉଥିବା ବେଳେ ଭାଉଜ ଦିଅରର ହାତ ଦୁଇଟାକୁ ଧରି ଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଗୋଟେ ପଥରରେ ଭାଉଜର ମୁଣ୍ଡକୁ ଆଘାତ କରିଦେଇଥିଲା । ପ୍ରଚୁର ରକ୍ତ ସ୍ରାବ ଯୋଗୁଁ ମାମାଲି ଅଚେତ ହୋଇ ଭାଉଜ ପଡ଼ିଯାଇଥିଲେ । ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ମେଡିକାଲ ଅଣାଯାଇଥିବା ବେଳେ ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ସୂଚନା ଯୋଗ୍ୟ ଯେ, ମୃତ ମହିଳାଙ୍କ ସ୍ବାମୀ ସଞ୍ଜୟ ପାଇକ ଦାଦନ ଖଟିବାକୁ ଯାଇ ବାହାରେ ରହୁଛନ୍ତି।
Powered by Froala Editor