ମାର୍କସିଟ୍ ଦେଇନଥିଲେ ବୋଲି ପ୍ରିନ୍ସପାଲଙ୍କୁ ଜାଳିଦେଲା ପୂର୍ବତନ ଛାତ୍ର

ଜଣେ ପୂର୍ବତନ ଛାତ୍ର ପ୍ରିନ୍ସପାଲଙ୍କୁ ଜାଳି ଦେଇଛନ୍ତି । ଏହି କାଣ୍ଡ ଘଟାଇଥିବା ଯୁବକଙ୍କ ନାଁ ଆଶୁତୋଷ ଶ୍ରୀବାସ୍ତବ (୨୨)। ମଧ୍ୟ ପ୍ରଦେଶର ଇନ୍ଦୋର ସ୍ଥିତ ବିଏମ୍ ଫାର୍ମାସୀ କଲେଜର ଅଧ୍ୟକ୍ଷ ବିମୁକ୍ତା ଶର୍ମା (୫୪)ଙ୍କ ଦେହରେ ଆଶୁତୋଷ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ବିମୁକ୍ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କ ଶରୀରର ୯୦ ଭାଗ ପୋଡ଼ି ଯାଇଛି।
ଆଜି ଅପରାହ୍ଣ ପ୍ରାୟ ୪ଟା ବେଳେ ଏହି ଘଟଣା ଘଟିଛି। ଅଧ୍ୟକ୍ଷ ବିମୁକ୍ତା ଶର୍ମା କଲେଜରୁ ଘରକୁ ଫେରିବା ପାଇଁ କାରରେ ବସିବା ସମୟରେ ଆଶୁତୋଷ ସେଠାରେ ପହଞ୍ଚି ଥିଲେ। ଉଭୟଙ୍କ ମଧ୍ୟରେ ସେଠାରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଆଶୁତୋଷ ଅଧ୍ୟକ୍ଷଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।
ସୂଚନା ଅନୁଯାୟୀ, ଆଶୁତୋଷ ପୁଲିସ୍କୁ କହିଛନ୍ତି ଯେ ସେ ସପ୍ତମ ଓ ଅଷ୍ଟମ ସେମିଷ୍ଟର ପରୀକ୍ଷା ଦେଇଥିଲେ। ୨୦୨୨ ଜୁଲାଇରେ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା। ଅଧ୍ୟକ୍ଷଙ୍କୁ ବହୁବାର ଅନୁରୋଧ କରିବା ସତ୍ତ୍ୱେ ତାଙ୍କୁ ମାର୍କଶିଟ୍ ଦିଆଯାଇ ନଥିଲା। ସେଥିପାଇଁ ସେ ରାଗି ଯାଇଥିଲେ ଓ ଏମିତି କାଣ୍ଡ ଘଟାଇଥିଲେ।
Powered by Froala Editor