ଆଇଫୋନ୍ ପାଇଁ ଡେଲିଭରୀ ବୟଙ୍କୁ ନିର୍ମମ ହତ୍ୟା

ଆଇଫୋନ୍ ପାଇଁ ଜଣେ ଡେଲିଭରୀ ବୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। କର୍ଣ୍ଣାଟକର ୨୦ ବର୍ଷିୟ ଯୁବକ ହେମନ୍ତ ଦତ୍ତା ଅନ୍ଲାଇନ୍ ଆଇଫୋନ୍ ମଗାଇଥିଲା । ତାଙ୍କ ନିକଟରେ ଏହାକୁ କିଣିବା ପାଇଁ ଟଙ୍କା ନଥିଲା । ସେ ଅନ୍ଲାଇନ୍ ସାଇଟ୍ରୁ ଏକ ପୁରୁଣା ବା ରିଫବ୍ରିସ୍ଡ୍ ଆଇଫୋନ୍ କ୍ୟାଶ୍ ଅନ୍ ଡେଲିଭରୀରେ ଏ ମଗାଇଥିଲା । ଫେବ୍ରୁଆରୀ ୭ ତାରିଖ ଦିନ ୨୩ ବର୍ଷୀୟ ଅନ୍ଲାଇନ୍ ଡେଲିଭରୀ ବୟ ଫୋନ୍ ନେଇ ହେମନ୍ତଙ୍କ ପାଖରେ ପହଞ୍ଚିଥିଲେ। ଫୋନ୍ ହେମନ୍ତ ହାତକୁ ବଢାଇ ତା’ର ଦାମ୍ ୪୬ ହଜାର ପେମେଣ୍ଟ କରିବାକୁ କହି ଗେଟ୍ ପାଖରେ ଅପେକ୍ଷା କରିଥିଲେ ଡେଲିଭରୀ ବୟ। କିଛି ସମୟ ପରେ ହେମନ୍ତ ଡେଲିଭରୀ ବୟକୁ ଘର ଭିରତକୁ ଡାକିଥିଲା ଏବଂ ଘରକୁ ପଶିବା ମାତ୍ରେ ତାଙ୍କୁ ଟଙ୍କା ଦେବା ବଦଳରେ ଛୁରୀରେ ବାରମ୍ବାର ଆକ୍ରମଣ କରିଥିଲା ହେମନ୍ତ। ଫଳରେ ଘଟଣାସ୍ଥଳରେ ହିଁ ଡେଲିଭରୀ ବୟ ହେମନ୍ତ ନାଏକର ମୃତ୍ୟୁ ହୋଇଥିଲା।
ହତ୍ୟା କରିବାର ତିନି ଦିନ ପର୍ଯ୍ୟନ୍ତ ଡେଲିଭରୀ ବୟଙ୍କ ଶବକୁ ନିଜ ଘରେ ରଖିଥିଲା । ତାଙ୍କର ଗାଡି ଏବଂ ବ୍ୟାଗ୍ ଅନ୍ୟ ସ୍ଥାନରେ ଲୁଚାଇ ରଖିଥିଲା । ପରେ ଡେଲିଭରୀ ବୟ ଶବକୁ ଏକ କଳା ଜରିରେ ବାନ୍ଧି ନିଜ ସ୍କୁଟିରେ ରାତିରେ ଅନ୍ୟ ସ୍ଥାନକୁ ପୋଡିବା ପାଇଁ ନେଇଥିଲା । ତେବେ ଡେଲିଭରୀ ବୟ ନିଖୋଜ ହେବା ନେଇ ତାଙ୍କ ଭାଇ ମଞ୍ଜୁ ନାଏକ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ଫେବ୍ରୁଆରୀ ୧୧ ତାରିଖରେ ଆର୍ସିକେରେ ରେଲୱେ ଷ୍ଟେସନ ଠାରୁ କିଛି ଦୂରରେ ଏକ ନିଛାଟିଅ ଜାଗାରେ ଦରପୋଡ଼ା ମୃତଦେହ ଦେଖିବାକୁ ମିଳିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାର ମୂଳରେ ପହଞ୍ଚିବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଛାନଭିନ୍ ପରେ ଏହି ପୂରା ମାମଲା ସାମ୍ନାକୁ ଆସିଛି।
Powered by Froala Editor