ଆଜି ଧରଣୀଧର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର: ସୋମବାର କେନ୍ଦୁଝର ଜିଲ୍ଲାଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଧରଣୀଧର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଶୁଭାରମ୍ଭ, ବୋଦାପଳସାସ୍ଥିତ ଧରଣୀଧର ସ୍ପୋର୍ଟସ କମ୍ପେ୍ଲକ୍ସ ଲୋକାର୍ପଣ, ହାଡବନ୍ଧ ପୋଖରୀ ଲୋକାର୍ପଣ, ବଳଦେବଜିଉ ମନ୍ଦିର ଭୋଗ ମଣ୍ଡପ ଲୋକାର୍ପଣ, ଅଡିଟିରିୟମ୍ ଲୋକାର୍ପଣ ସହିତ ଯୋଡା, ବଡବିଲ, ଆନନ୍ଦପୁର ଆଦି ବିଭିନ୍ନ ଅଞ୍ଚଳରେ ଅନେକ ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଶିଳାନ୍ୟାସ କରିବେ।
ମେଡିକାଲ କଲେଜ ପରିସରରେ ଲୋକାର୍ପଣ କାର୍ୟ୍ୟକ୍ରମ ରହିଥିବାବେଳେ ଅଡିଟୋରିଅମରେ ଭିଡିଓ ସ୍କ୍ରିନିଂ ଏବଂ ଛାତ୍ର ଛାତ୍ରୀଙ୍କ ସହ ଭାବ ବିନିମୟ କାର୍ୟ୍ୟକ୍ରମ ରହିଥିବା ଜଣାପଡିଛି । ଏହାପରେ ମେଡିକାଲ କଲେଜ ନିକଟ ପଡିଆରେ ସାଧାରଣ ସଭାରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ଏହି ଅବସରରେ ହିତାଧିକାରୀଙ୍କୁ ରେଟ୍ରୋ ଫିଟେଡ ସ୍କୁଟର ବଣ୍ଟନ,ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ, ମିଶନ ଶକ୍ତି ଏସଏଚଜିଙ୍କୁ ବିନା ସୁଧରେ ଋଣ ପ୍ରଦାନ ଏବଂ ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କାର୍ୟ୍ୟକ୍ରମ ରହିଛି ।
Powered by Froala Editor